କନକ ବ୍ୟୁରୋ: ଦିନକ ପରେ ଭୁବନେଶ୍ୱରରେ ଆୟୋଜିତ ହେବ ପୋଲିସ ଡିଜି ସମ୍ମିଳନୀ। ଏଥିପାଇଁ ସମସ୍ତ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। ୩ ଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ରାଜଧାନୀରେ ରହିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଭୁବନେଶ୍ୱରର ଲୋକସେବା ଭବନ, ଅତିଥି ଭବନ, ବିମାନବନ୍ଦର, ଆଇପିଏସ ମେସ ଚନ୍ଦ୍ରଶେଖରପୁରକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି।
ପୋଲିସ ଡିଜି ସମ୍ମିଳନୀ ପାଇଁ ଭୁବନେଶ୍ୱର ପୂରା ପ୍ରସ୍ତୁତ । ରାସ୍ତାଘାଟ ସବୁଠି ପୋଲିସର ପହରା । ସବୁଠି ଚାଲିଛି ତନ୍ନ ତନ୍ନ ଯାଂଚ । ହାଇ ସିକ୍ୟୁରିଟି ଜୋନରେ ଏବେ ପୂରା ରାଜଧାନୀ। କାରଣ ପ୍ରଥମଥର ଓଡ଼ିଶାରେ ହେଉଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୋଲିସ ଡିଜି ଏହି ସମ୍ମିଳନୀରେ ସାମିଲ ହେବେ । ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରଧାନମନ୍ତ୍ରୀ ଓଡ଼ିଶାରେ ରହୁଥିବାରୁ ଭୁବନେଶ୍ୱରକୁ ଅଭେଦ୍ୟ ଗଡ କରିଛି ସୁରକ୍ଷା ବାହିନୀ। କୌଣସି ସମସ୍ୟା ଯେପରି ସୃଷ୍ଟି ନହୁଏ ସେଥିପାଇଁ ଆଗୁଆ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ସରକାର। ଅତିଥି ଚର୍ଚ୍ଚାକୁ ଗୁରୁତ୍ବ ଦେଇ ଆଖି ଝଲସିବା ଭଳି ଆୟୋଜନ କରିଛି ଓଡ଼ିଶା।
- ରାଜ୍ୟ ଅତିଥି ଭବନରେ ରହିବେ ସବୁ ରାଜ୍ୟର ପୋଲିସ ଡିଜି
- ଗୃହ ବିଭାଗ ଅଧୀନରେ ଥିବା ସବୁ ସୁରକ୍ଷା ବିଭାଗର ମୁଖ୍ୟ ଯୋଗଦେବେ
- ସୁରକ୍ଷା ବ୍ୟବସ୍ଥାରେ ରହିବେ ଆଇବି, ଏସପିଜି ଓ ଏନଏସଜି
- ରାଜ୍ୟ ଅତିଥି ଭବନରେ ସମସ୍ତ ରୁମ୍ ବୁକ୍ ହୋଇଛି
- ରୁମ୍ ଗୁଡ଼ିକରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ
- ସକାଳୁ ଉଠି ଡିଜିପିଙ୍କ ଯୋଗ ପାଇଁ ଆୟୋଜନ
ଡିଜିପି ସମ୍ମିଳନୀରେ ମୁଖ୍ୟତଃ ସୀମା ସୁରକ୍ଷା, ସାଇବର ଅପରାଧ, ନିଶା କାରବାର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସମସ୍ତ ପୋଲିସ ଡିଜିଙ୍କ ସହ କରିବେ ଆଲୋଚନା। ସମ୍ମିଳନୀକୁ ଗୃହମନ୍ତ୍ରୀ ଅମିତ ଶାହା ଉଦଘାଟନ କରିବା ପରେ ଦ୍ୱିତୀୟ ଦିନରେ ଦେଶର ସୁରକ୍ଷା ବାବଦରେ ଟିକିନିକି ଅପଡେଟ ନେବେ ପ୍ରଧାନମନ୍ତ୍ରୀ । ବୈଠକ ପରେ ମଧ୍ୟ ଡାଇନିଂ ଟେବୁଲରେ ସୀମା ସୁରକ୍ଷାକୁ ନେଇ ହେବ ଗରମାଗରମ ଆଲୋଚନା। ପରସ୍ପର ସହ ସମନ୍ବୟ ରଖି କିଭଳି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ସେ ଦିଗରେ ଚାଲିବ ୱାନ୍ ଟୁ ୱାନ ଆଲୋଚନା ।
ଡିଜି ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ବଡ ରୋଡ ସୋରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତୃତ୍ୱଙ୍କ ସହ ବୈଠକ କରିବେ ମୋଦୀ। ସଙ୍ଗଠନ ଓ ସରକାର ବାବଦରେ ଆଲୋଚନା ସହ ରାତ୍ରୀଭୋଜନ କରିବେ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2024/11/27/1lN1GbalhmlZoWS06OL5.jpg)