କନକ ବ୍ୟୁରୋ : ଦିନକୁ ଦିନ ଦେଶରେ ସାଇବର ଠକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡବଡିଆ ଲୋକ କାହାକୁ ବି କେତେବେଳେ ଠକିବାରେ ସଫଳ ହେଉଛନ୍ତି । ଏମାନଙ୍କ ଭୟରେ ଲୋକେ ଆକାଉଣ୍ଟରେ ଟଙ୍କା ରଖିବାକୁ ବି ଭୟ କଲେଣି । ଦୈନିକ ଏନେଇ ହଜାର ହଜାର ମାମଲା ରୁଜୁ ହେଉଛି । ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କୁ ଟଙ୍କା ଫେରାଇବାରେ ସାଇବର ପୋଲିସ ସଫଳ ହୋଇପାରୁନାହିଁ । ଏହା ଭିତରେ ଆଜି କମିଶନରେଟ୍ ପୋଲିସକୁ ଏକ ବଡ ସଫଳତା ମିଳିଛି । ରାଜଧାନୀ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ସାଇବର ସଇତାନଙ୍କ ଆଡ୍ଡାରେ ଚଢାଉ। କମିଶନରେଟ୍ ପୋଲିସ ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ୬୦୨ରେ ଚଢାଉ କରିଛି। ଚଢାଉ ବେଳେ ବିପୁଳ ସିମ୍ କାର୍ଡ, ପାସପୋର୍ଟ, ଆଇଫୋନ୍ ଓ ଲାପଟପ୍ ଜବତ ହୋଇଛି । ୪ ଜଣ ବିଟେକ୍ ପଢୁଆ ସାଇବର ଠକଙ୍କୁ ଗିରଫ କରିଛି ପୋଲିସ। ସମସ୍ତେ ଦିଲ୍ଲୀର ହୋଇଥିବା ବେଳେ ସେମାନେ ଭୁବନେଶ୍ବରରେ ରହି ସାଇବର ଠାକି ଚଳାଇଥିଲେ। ଅନଲାଇନ୍ ବେଟିଂ କରି କୋଟି କୋଟି ଟଙ୍କା ଆୟ କରୁଥିଲେ। ଫ୍ଲାଟ ନମ୍ବର ୬୦୨ରୁ ହେଉଥିଲା ଅପରେସନ୍।
ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳରେ ସାଇବର ସଇତାନଙ୍କ ଆଡ୍ଡାରେ ଚଢାଉ । ୪ ବିଟେକ୍ ପଢୁଆ ସାଇବର ଠକ ଗିରଫ
ଏମାନଙ୍କ ଭୟରେ ଲୋକେ ଆକାଉଣ୍ଟରେ ଟଙ୍କା ରଖିବାକୁ ବି ଭୟ କଲେଣି । ଦୈନିକ ଏନେଇ ହଜାର ହଜାର ମାମଲା ରୁଜୁ ହେଉଛି । ସେମାନଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକଙ୍କୁ ଟଙ୍କା ଫେରାଇବାରେ ସାଇବର ପୋଲିସ ସଫଳ ହୋଇପାରୁନାହିଁ । ଏହା ଭିତରେ ଆଜି କମିଶନରେଟ୍ ପୋଲିସକୁ ଏକ ବଡ ସଫଳତା ମିଳିଛି । ରାଜଧାନୀ ଭୁବନେଶ୍ବର
/kanak/media/media_files/2024/12/12/YO28xs322mL0Tx1i3rws.jpg)