ଆଧାର କେନ୍ଦ୍ର ଆଗରେ ଥମୁନି ଲୋକଙ୍କ ଭିଡ । ଆଧାର ସଂଶୋଧନ ଓ ଇ-କେୱାଇସି ପାଇଁ ଭୋର ୪ଟା ରୁ ଲମ୍ବା ଲାଇନ୍

ଯଦିଓ ରାସନକାର୍ଡ ଇ-କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ତଥାପି ଲୋକେ କୌଣସି ରିକ୍ସ ନନେଇ ଏବେଠୁ ଏହାକୁ ଅପଡେଟ କରିବାକୁ ଭିଡ଼ ଜମାଉଛନ୍ତି ।

jgporea

କନକ ବ୍ୟୁରୋ :  ଆଧାର କେନ୍ଦ୍ର ଆଗରେ ଥମୁନି ଲୋକଙ୍କ ଭିଡ଼ । କିଏ ଆଧାର ଅପଡେଟ ପାଇଁ ଆସୁଛି ତ ଆଉ କିଏ ରାସନକାର୍ଡ କେୱାଇସି ଅପଡେଟ ପାଇଁ ଲାଇନ ଲଗାଇଛି । ଭୋର ୪ଟାରୁ ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ଦୁଇ ଦିନ ହେବ ଲୋକେ ଲାଇନ ଲଗାଇ ଫେରୁଥିବା ବେଳେ ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଛି । ଯଦିଓ ରାସନକାର୍ଡ ଇ-କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ତଥାପି ଲୋକେ କୌଣସି ରିକ୍ସ ନନେଇ ଏବେଠୁ ଏହାକୁ ଅପଡେଟ କରିବାକୁ ଭିଡ଼ ଜମାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe