କନକ ବ୍ୟୁରୋ : ଆଧାର କେନ୍ଦ୍ର ଆଗରେ ଥମୁନି ଲୋକଙ୍କ ଭିଡ଼ । କିଏ ଆଧାର ଅପଡେଟ ପାଇଁ ଆସୁଛି ତ ଆଉ କିଏ ରାସନକାର୍ଡ କେୱାଇସି ଅପଡେଟ ପାଇଁ ଲାଇନ ଲଗାଇଛି । ଭୋର ୪ଟାରୁ ଧାଡ଼ିରେ ଛିଡ଼ା ହୋଇଛନ୍ତି ଲୋକେ । ଦୁଇ ଦିନ ହେବ ଲୋକେ ଲାଇନ ଲଗାଇ ଫେରୁଥିବା ବେଳେ ଆଜି ପୁଣି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଛି । ଯଦିଓ ରାସନକାର୍ଡ ଇ-କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ତଥାପି ଲୋକେ କୌଣସି ରିକ୍ସ ନନେଇ ଏବେଠୁ ଏହାକୁ ଅପଡେଟ କରିବାକୁ ଭିଡ଼ ଜମାଉଛନ୍ତି ।
ଆଧାର କେନ୍ଦ୍ର ଆଗରେ ଥମୁନି ଲୋକଙ୍କ ଭିଡ । ଆଧାର ସଂଶୋଧନ ଓ ଇ-କେୱାଇସି ପାଇଁ ଭୋର ୪ଟା ରୁ ଲମ୍ବା ଲାଇନ୍
ଯଦିଓ ରାସନକାର୍ଡ ଇ-କେୱାଇସି ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ ତଥାପି ଲୋକେ କୌଣସି ରିକ୍ସ ନନେଇ ଏବେଠୁ ଏହାକୁ ଅପଡେଟ କରିବାକୁ ଭିଡ଼ ଜମାଉଛନ୍ତି ।
/kanak/media/media_files/tGd234cNInnWlfCuIC4t.jpg)