ଦୟା ନଦୀରୁ ଧରାହେଲା କୁମ୍ଭୀର: ଶୁଣିଲାନି ବନବିଭାଗ, କାବୁକଲେ ମତ୍ସ୍ୟଜୀବୀ

Advertisment

କୁମ୍ଭୀର ଆତଙ୍କ କହିଲେ ସାଧାରଣତଃ ଶିମିଳିପାଳ, କେନ୍ଦ୍ରାପଡା କଥା ମନକୁ ଆସେ । ହେଲେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳାଇବା କଥା ପ୍ରଥମଥର ଶୁଣିବାକୁ ମିଳିଛି ।

କୁମ୍ଭୀର ଆତଙ୍କ କହିଲେ ସାଧାରଣତଃ ଶିମିଳିପାଳ, କେନ୍ଦ୍ରାପଡା କଥା ମନକୁ ଆସେ । ହେଲେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳାଇବା କଥା ପ୍ରଥମଥର ଶୁଣିବାକୁ ମିଳିଛି ।

efe

କନକ ବ୍ୟୁରୋ: କୁମ୍ଭୀର ଆତଙ୍କ କହିଲେ ସାଧାରଣତଃ ଶିମିଳିପାଳ, କେନ୍ଦ୍ରାପଡା କଥା ମନକୁ ଆସେ । ହେଲେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ କୁମ୍ଭୀର ଆତଙ୍କ ଖେଳାଇବା କଥା ପ୍ରଥମଥର ଶୁଣିବାକୁ ମିଳିଛି । ଦୟା ନଦୀରେ କୁମ୍ଭୀର ଦେଖି ବନବିଭାଗକୁ ଖବର ଦେଲେ ଲୋକ। କିନ୍ତୁ ଶୁଣିଲାନି ବନବିଭାଗ। ଶେଷରେ ଜାଲ ପକାଇ ମତ୍ସ୍ୟଜୀବୀ କୁମ୍ଭୀରକୁ ଧରିଛନ୍ତି। 

ଘର ପାଖ ନଦୀରେ ଏହି ବିଶାଳ କୁମ୍ଭୀରକୁ ଦେଖିଲେ ନଦୀକୁ ଯିବାକୁ କିଏ ସାହାସ କରିବ। କୁମ୍ଭୀର ଧରାପଡିବା ଖବର ପରେ ଦେଖିବାକୁ ଭିଡ ଜମିଛି । ଲୋକଙ୍କ ମନରୁ ଭୟ ଦୂର ହୋଇଛି । ପୁରୀ ଜିଲ୍ଲା କଣାସ ଚୂପୁରୁଙ୍ଗି ନିକଟ ଦୟା ନଦୀ ମଝିରୁ କୁମ୍ଭୀରକୁ କାବୁ କରାଯାଇଛି। 

ଦୟା ନଦୀରେ କୁମ୍ଭୀର ବୁଲିବା ପରଠୁ ମତ୍ସଜୀବୀଙ୍କ ବେଉସା ଠପ୍ ହୋଇଗଲା। ଏହି ନଦୀ ଦେଇ ଡଙ୍ଗାରେ ଚିଲିକାକୁ ମାଛ ଧରିବାଯିବା ବନ୍ଦ କରି ଦେଇଥିଲେ । ନଦୀକୁ ଯିବାକୁ ଲୋକ ଡରିଲେ। କୁମ୍ଭୀରକୁ କାବୁ କରିବା ପାଇଁ ବାରମ୍ୱାର ଜଣାଇଥିଲେ ବି ଶୁଣିନଥିଲା ବନବିଭାଗ । ଶେଷରେ ଅଂଚଳର ସୁରକ୍ଷା ପାଇଁ ମେଳି ବାନ୍ଧିଲେ ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବୀ। ମତ୍ସ୍ୟଜୀବୀ ମାଛ ମାରିବାକୁ ନଯାଇ ଦୟା ନଦୀରେ ଜାଲ ବିଛାଇ ଦିନ ତମାମ କୁମ୍ଭୀର ଧରିବା ଅଭିଯାନ ଚଳାଇଥିଲେ। ଶେଷରେ କଣାସ ଚୂପୁରୁଙ୍ଗି ନିକଟ ଜୀବନକୁ ବାଜି ଲଗାଇ ଦୟା ନଦୀ ମଝିରୁ କୁମ୍ଭୀରକୁ କାବୁ କରାଯାଇଛି । 

କୁମ୍ଭୀର ଧରାପଡିବା ପରେ ପହଞ୍ଚିଥିଲେ ବନବିଭାଗ ଅଧିକାରୀ। କୁମ୍ଭୀରକୁ ଆଣିବା ସମୟରେ ବିରୋଧ କରି ମତ୍ସ୍ୟଜୀବୀ କୁମ୍ଭୀର ଧରିବା ବେଳେ ନଷ୍ଟ ହୋଇଥିବା ଜାଲର କ୍ଷତିପୂରଣ ଦାବି କରିଥିଲେ । କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ମତ୍ସ୍ୟଜୀବୀ କୁମ୍ଭୀରକୁ ବନବିଭାଗ ହାତରେ ଛାଡିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe