କନକ ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା ୧୦ ଫୁଟର ବଉଳା କୁମ୍ଭୀର । ଖାଇଗଲା ଲକ୍ଷାଧିକ ଟଙ୍କାର ମାଛ । କୁମ୍ଭୀର ଧରିବାକୁ ଆସି ନାକେଦମ ହେଲେ ବନ କର୍ମଚାରୀ । ଏକାଧିକ ଥର ଉଦ୍ୟମ ପରେ ସ୍ବତନ୍ତ୍ର ଟିମ୍‌ ଏହି କୁମ୍ଭୀରକୁ ଉଦ୍ଧାର କରିଛି । କେନ୍ଦ୍ରାପଡ଼ା ରାଜନଗର ବ୍ଲକ ପେଣ୍ଠ ଗାଁ ପୋଖରୀରୁ ବଉଳା କୁମ୍ଭୀରକୁ ଉଦ୍ଧାର କରି ବାଉଁଶଗଡ଼ ନଦୀରେ ଛଡ଼ାଯାଇଛି । 

Advertisment

ତେବେ ଗାଁ ଲୋକେ ପୋଖରୀରେ ଛାଡ଼ିଥିବା ମାଛ ଯାଆଁଳ ସବୁ କୁମ୍ଭୀର ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ଲୋକେ । କୁମ୍ଭୀର ଉଦ୍ଧାର ବେଳେ କ୍ଷତିପୂରଣ ପାଇଁ ଦାବି କରିବା ସହ ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା ।