କନକବ୍ୟୁରୋ : ରାଜଧାନୀରେ ଉପରମୁହାଁ ଅପରାଧ । ଭୁବନେଶ୍ବର ଏୟାରପୋର୍ଟ ନୂଆ ରୋଡ଼ରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଛନ୍ତି । ବିଳମ୍ବିତ ରାତିରେ ଏକ ଡ୍ରେସ ଦୋକାନରେ ଲଗାଇ ଦେଇଛନ୍ତି ନିଆଁ ।  ପେଟ୍ରୋଲ ପକାଇ ଦୋକାନ ସାମ୍ନାରେ ଥିବା ଗୋଟିଏ ବାଇକ୍ ଜାଳିଦେଇଛନ୍ତି । ସିସିଟିଭିରେ ଭିଜୁଆଲ କଏଦ୍ ହୋଇଛି । ଅଭିଯୁକ୍ତମାନେ ସ୍ଥାନୀୟ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି ।  ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଛାନଭିନ୍ କରୁଛି । ପୁଲିସ ଜଣଙ୍କୁ ଅଟକ ରଖିଛି  ।