କନକବ୍ୟୁରୋ : ମଶାଣି ଯିବାକୁ ରାସ୍ତା ଖୋଜୁଛି ଶବ। ମଶାଣି ଯିବାକୁ ରାସ୍ତା ନାହିଁ। ଗାଁର କିଏ ମୃତ୍ୟୁ ହେଲେ ଜୀବନକୁ ବାଜି ଲଗାଇ ନଦୀ ପାରି ହେବାକୁ ପଡୁଛି। କୋରାପୁଟ ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଏହା ହେଉଛି ନିତିଦିନିଆ ଘଟଣା । ପିଣ୍ଡାପଦର ପଞ୍ଚାୟତ ଚାରିନି ବେଢ଼ା ଗାଁର ୧୩ ବର୍ଷୀୟା ଦୀପା ଜାନିଙ୍କର ମୃତ୍ୟୁ ପରେ ଶବ ସତ୍କାର ଲାଗି ଗ୍ରାମବାସୀ ଅଣ୍ଟେ ଉଚ୍ଚର ପାଣିରେ ପଶି କାନ୍ଧେଇ କାନ୍ଧେଇ ନେଇଥିବା ଦେଖିବାକୁ ମିଳିଛି । ଗାଁର କାହାରି ମୃତ୍ୟୁ ହେଲେ, ମୃତଦେହକୁ ଏଭଳି ଭରା ନଈରେ ପଶି ନେବାକୁ ପଡୁଛି । ବର୍ଷା ଦିନ କଥା ନକହିବା ଭଲ। ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ ହୋଇନଥିବାରୁ ସମସ୍ୟା ଭୋଗୁଛନ୍ତି ପିଣ୍ଡାପଦର ପଞ୍ଚାୟତବାସୀ ।
ମଶାଣି ଯିବାକୁ ରାସ୍ତା ଖୋଜୁଛି ଶବ । କୋରାପୁଟ ଦଶମନ୍ତପୁରରେ ଆସିଲା ଅଭାବନୀୟ ଦୃଶ୍ୟ
ମଶାଣି ଯିବାକୁ ରାସ୍ତା ଖୋଜୁଛି ଶବ । ମଶାଣି ଯିବାକୁ ରାସ୍ତା ନାହିଁ । ଗାଁର କିଏ ମୃତ୍ୟୁ ହେଲେ ଜୀବନକୁ ବାଜି ଲଗାଇ ନଦୀ ପାରି ହେବାକୁ ପଡୁଛି । କୋରାପୁଟ ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଏହା ହେଉଛି ନିତିଦିନିଆ ଘଟଣା । ପିଣ୍ଡାପଦର ପଞ୍ଚାୟତ ଚାରିନି ବେଢ଼ା ଗାଁର ୧୩ ବର୍ଷୀୟା ଦୀପା ଜାନିଙ୍କର ମୃତ୍ୟୁ ପରେ ଶବ ସତ୍କାର ଲାଗି ଗ୍ରାମବାସୀ ଅଣ୍ଟେ ଉଚ୍ଚର ପାଣିରେ ପଶି କାନ୍ଧେଇ କାନ୍ଧେଇ ନେଇଥିବା ଦେଖିବାକୁ ମିଳିଛି ।