କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାର ବିବାଦ ଭିତରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଉଭୟ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ଲିଖିତ ବହି ସହିତ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ। ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ମାମଲାକୁ ଗୁରୁତ୍ବର ନେଇ କେନ୍ଦ୍ର ସରକାର ଓ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥି ସହିତ ଫେବ୍ରୁଆରି ୨୪ ତାରିଖ ଦିନ ୨ଟାରେ ଆବେଦନକାରୀ ଅନ୍ତର୍ୟ୍ୟାମୀ ମିଶ୍ର ଓ ପ୍ରତିପକ୍ଷ ନମ୍ବର-୨ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପଦ୍ମଶ୍ରୀ ପୁରସ୍କାର ଦାବି ନେଇ ପ୍ରମାଣ କରିବା ପାଇଁ ଉଭୟ ଆବେଦନକାରୀ ଓ ପ୍ରତିପକ୍ଷ ନମ୍ବର-୨ ଅନ୍ତର୍ୟ୍ୟାମୀ ମିଶ୍ର ସେମାନଙ୍କ ପ୍ରକାଶିତ ପ୍ରାସଙ୍ଗିକ ବହୁ ଓ ତଥ୍ୟ ପରବର୍ତ୍ତୀ ଶୁଣାଣି ସମୟରେ ଉପସ୍ଥାପନ କରିବେ। ସୂଚନା ଅନୁସାରେ, ୨୦୨୩ରେ ଢେଙ୍କାନାଳର ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର। ବଡ଼ କଥା ହେଉଛି, ସମାନ ନାମ ଥିବା ଆଉଜଣେ ଅନ୍ତର୍ୟ୍ୟାମୀ ମିଶ୍ରଙ୍କୁ ମଧ୍ୟ ପୁରସ୍କାର ପାଇଁ ଫୋନ ଆସିଥିଲା। ହେଲେ ପୁରସ୍କାର ଆଉଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ଅନ୍ତର୍ୟ୍ୟାମୀ ମିଶ୍ର।