ଗୁରୁ-ଶିଷ୍ୟ ପରମ୍ପରାରେ ପୂର୍ଣ୍ଣଚ୍ଛେଦ !  ସ୍କୁଲରେ ପାଳନ ହେବନି ଗୁରୁ ଓ ଶିଶୁ ଦିବସ

Advertisment

ନିଷ୍ପତିକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ନାପସନ୍ଦ । ଗଣଶିକ୍ଷାମନ୍ତ୍ରୀ କହିଲେ, ଛୁଟି ହେଲେ ପାଠପଢ଼ାରେ ହେଉଛି କ୍ଷତି

ନିଷ୍ପତିକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ନାପସନ୍ଦ । ଗଣଶିକ୍ଷାମନ୍ତ୍ରୀ କହିଲେ, ଛୁଟି ହେଲେ ପାଠପଢ଼ାରେ ହେଉଛି କ୍ଷତି

Teacher

Teacher Photograph: (KanakNews)

କନକ ବ୍ୟୁରୋ; ଆସନ୍ତା ବର୍ଷରୁ ବିଦ୍ୟାଳୟରେ ଗୁରୁ ଦିବସ ଅବା ଶିଶୁ ଦିବସ ପାଳନ ହେବନି । ସେହିଦିନ ପିଲାମାନେ ବିଦ୍ୟାଳୟକୁ ଆସିବେ। ଅନ୍ୟ ଦିନ ପରି ପାଠପଢ଼ା ମଧ୍ୟ ହେବ। ବିଦ୍ୟାଳୟରେ କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ ନାହିଁ । ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୬ ବାର୍ଷିକ ଛୁଟି ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୨୦୨୬ ବର୍ଷରେ ମୋଟ ୮୨ଟି ଛୁଟି ଦିବସ ଓ ୬ଟି ପାଳନୀୟ ଦିବସ ରହିଛି। ସେଥିରୁ ଗୁରୁ ଓ ଶିଶୁ ଦିବସକୁ ବାଦ୍‌ ଦିଆଯାଇଛି । ପାଳନୀୟ ଦିବସରେ ମଧ୍ୟ ଏହାକୁ ରଖାଯାଇନାହିଁ। ଯାହାକୁ ନେଇ ବିରୋଧର ସ୍ବର ଉଠିଛି। ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ମହଲରେ ଆଲୋଚନାର ବିଷୟ ପାଲଟିଛି ।

ଅଧିକ ପଢନ୍ତୁ :  ଅବହେଳିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାକୁ ଜୋର ଧରିଲା ଦାବି

ସେପ୍ଟେମ୍ବର ୫ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସକୁ ଗୁରୁ ଦିବସ ।  ନଭେମ୍ବର ୧୪ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ଦୀର୍ଘ ଦିନରୁ ରାଜ୍ୟରେ ଏହି ଦିନରେ ସ୍କୁଲରେ ଛୁଟି ଘୋଷଣା ହୋଇଆସୁଥିଲା । କିନ୍ତୁ ଏଥର ବାଦ ଦିଆଯାଇଛି । ଯାହାକୁ ଶିକ୍ଷକ ସଂଘ ବିରୋଧ କରିଥିବା ବେଳେ ମନ୍ତ୍ରୀ କହିଛନ୍ତି ପାଠପଢ଼ା ସହ ଗୁରୁ ଦିବସ ଓ ଶିଶୁ ଦିବସ ପାଳନ କରାଯିବ। ଛୁଟି ହେଲେ ପାଠ ପଢ଼ାରେ କ୍ଷତି ହେବ । ଛୁଟି ତାଲିକାରେ ଆଉ ଏକ ଅସଙ୍ଗତି ଦେଖିବାକୁ ମିଳିଛି। ୬ ଟି ପାଳନୀୟ ଦିବସ ରହିଛି। ସେହି ଦିନରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିବେ। ଯାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । 

 

ଗୁରୁ ଓ ଶିଶୁ ଦିବସରେ ପୂର୍ଣ୍ଣଛେଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe