ଘୁମେଇବାରୁ ଚାଲିଗଲା ଚାକିରି । କମ୍ପାନୀ ବିରୋଧରେ କେସ୍ କରି କର୍ମଚାରୀ ଜିତିଲେ ୪୦ ଲକ୍ଷ ।

ଅଫିସ୍ ରେ ଘୁମେଇବାରୁ ଚାଲିଗଲା ଚାକିରି । ବ୍ୟକ୍ତି ଜଣଙ୍କ ଏ ମାମଲାକୁ ନେଇ କୋର୍ଟକୁ ଗଲେ । କୋର୍ଟରେ କେସ୍ ଜିତିବା ପରେ କର୍ମଚାରୀଙ୍କୁ ୪୦ ଲକ୍ଷ କ୍ଷତିପୂରଣ ଦେଲା କମ୍ପାନୀ ।

SERVICE

କନକ ବ୍ୟୁରୋ: ଅଫିସ୍ ରେ ଘୁମେଇବାରୁ ଚାଲିଗଲା ଚାକିରି । କଥା ଏତିକିରେ ସରିନି ବ୍ୟକ୍ତି ଜଣଙ୍କ ଏ ମାମଲାକୁ ନେଇ କୋର୍ଟକୁ ଗଲେ । କୋର୍ଟରେ କେସ୍ ଜିତିବା ପରେ କର୍ମଚାରୀଙ୍କୁ  ୪୦ ଲକ୍ଷ କ୍ଷତିପୂରଣ ଦେଲା କମ୍ପାନୀ । ଏଭଳି ଏକ ଘଟଣା ଘଟିଛି ଚୀନ୍ ରେ । ଏହି ମାମାଲା ସାମ୍ନାକୁ ଆସିଲା ପରେ ଖୁବ୍ ଚର୍ଚ୍ଚା ହେଉଛି ।  
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଫିସ୍ ରେ କର୍ମଚାରୀ ଜଣଙ୍କ କାମ କରୁଥିବା ବେଳେ ଘୁମେଇ ପଡିଥିଲେ ।

କର୍ମଚାରୀଙ୍କ ଏହି ଘୁମେଇବା ଦେଖିଦେଲେ ଅଫିସ୍ ର ବସ୍ । ସାଙ୍ଗେ ସାଙ୍ଗେ କର୍ମଚାରୀ ଜଣଙ୍କୁ ଚାକିରିରୁ ବିଦା କରିଦେଲେ । ଉକ୍ତ ଅଫିସ୍ ରେ କର୍ମଚାରୀ ଭାବେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥିଲେ ବ୍ୟକ୍ତି ଜଣଙ୍କ । ତେଣୁ  ସେ ଅଫିସ୍ ର ନିଷ୍ପତ୍ତିରେ ସହମତି ପ୍ରକାଶ ନ କରି କୋର୍ଟ ରେ କେସ୍ କଲେ । ଆଉ କେସ୍ ଜିତିଗଲେ । ଫଳରେ କମ୍ପାନୀ ବ୍ୟକ୍ତି ଜଣଙ୍କୁ  ୪୦ ଲକ୍ଷର କ୍ଷତିପୂରଣ ଦେଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe