କନକ ବ୍ୟୁରୋ: ଅଫିସ୍ ରେ ଘୁମେଇବାରୁ ଚାଲିଗଲା ଚାକିରି । କଥା ଏତିକିରେ ସରିନି ବ୍ୟକ୍ତି ଜଣଙ୍କ ଏ ମାମଲାକୁ ନେଇ କୋର୍ଟକୁ ଗଲେ । କୋର୍ଟରେ କେସ୍ ଜିତିବା ପରେ କର୍ମଚାରୀଙ୍କୁ ୪୦ ଲକ୍ଷ କ୍ଷତିପୂରଣ ଦେଲା କମ୍ପାନୀ । ଏଭଳି ଏକ ଘଟଣା ଘଟିଛି ଚୀନ୍ ରେ । ଏହି ମାମାଲା ସାମ୍ନାକୁ ଆସିଲା ପରେ ଖୁବ୍ ଚର୍ଚ୍ଚା ହେଉଛି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଫିସ୍ ରେ କର୍ମଚାରୀ ଜଣଙ୍କ କାମ କରୁଥିବା ବେଳେ ଘୁମେଇ ପଡିଥିଲେ ।
କର୍ମଚାରୀଙ୍କ ଏହି ଘୁମେଇବା ଦେଖିଦେଲେ ଅଫିସ୍ ର ବସ୍ । ସାଙ୍ଗେ ସାଙ୍ଗେ କର୍ମଚାରୀ ଜଣଙ୍କୁ ଚାକିରିରୁ ବିଦା କରିଦେଲେ । ଉକ୍ତ ଅଫିସ୍ ରେ କର୍ମଚାରୀ ଭାବେ ଲମ୍ବା ସମୟ ପର୍ଯ୍ୟନ୍ତ କାମ କରିଥିଲେ ବ୍ୟକ୍ତି ଜଣଙ୍କ । ତେଣୁ ସେ ଅଫିସ୍ ର ନିଷ୍ପତ୍ତିରେ ସହମତି ପ୍ରକାଶ ନ କରି କୋର୍ଟ ରେ କେସ୍ କଲେ । ଆଉ କେସ୍ ଜିତିଗଲେ । ଫଳରେ କମ୍ପାନୀ ବ୍ୟକ୍ତି ଜଣଙ୍କୁ ୪୦ ଲକ୍ଷର କ୍ଷତିପୂରଣ ଦେଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/27/3XIqjfNCiZLVCjnM1mof.jpg)