କନକ ବ୍ୟୁରୋ: ଦିଲ୍ଲୀରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଜଣ ଗିରଫ। ଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ପୋଲିସ ସହାୟତାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେହିଭଳି ଦୁଷ୍କର୍ମରେ ବ୍ୟବହୃତ ଅଟୋକୁ ମଧ୍ୟ ଜବତ କରିଛି ପୋଲିସ। ଗତ ଅକ୍ଟୋବର ୧୧ରେ ଦିଲ୍ଲୀରେ ୩୪ ବର୍ଷୀୟ ଓଡ଼ିଆ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ମୁର୍ମୁଷ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାକୁ ନେଇ ରାଜନୀତି ତେଜିବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ତତ୍ପରତା ଦେଖାଇଥିଲେ ସରକାର। ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଥିଲେ ପୋଲିସ ଡିଜି ୱାଇ.ବି.ଖୁରାନିଆ।