କନକ ବ୍ୟୁରୋ : ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବଡ କାର୍ୟ୍ୟାନୁଷ୍ଠାନ। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ପୋଲିସ। ଦୁଇ ଅଭିଯୁକ୍ତ ହେଲେ ୨୦ ବର୍ଷୀୟ ଅଲେଖ ମାଝୀ ଓ ୨୪ ବର୍ଷୀୟ ପରମାନନ୍ଦ ଦିଶାରୀ। ଅଭିଯୁକ୍ତ ଦ୍ବୟ ଜେରା ବେଳେ ସ୍ବୀକାର କରିଛନ୍ତି ଯେ, ସେମାନେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ପରେ ଧରା ପଡିଯିବା ଭୟରେ ତାକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ଗତ ୧୭ ତାରିଖରେ ଦିନ ଗୋଟାଏରେ ନିଜ ଘରୁ ଶୌଚ ପାଇଁ ଯାଇଥିବାବେଳେ ଘରକୁ ଫେରି ନଥିଲେ ନାବାଳିକା ଜଣଙ୍କ । ବହୁ ଖୋଜାଖୋଜି ପରେ ସନ୍ଧ୍ୟା ୭ଟାରେ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା ନାବାଳିକାଙ୍କ ମୃତଦେହ। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

Advertisment