କନକ ବ୍ୟୁରୋ : ଟଙ୍କପାଣି ରୋଡ ସାଇ ମନ୍ଦିର ନିକଟ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ବାଇକକୁ ପିଟିଲା କାର । ଘଟଣାସ୍ଥଳରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।
କାର ମାଲିକଙ୍କୁ ବଡଗଡ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଅଟକ କାର ମାଲିକ ହେଲେ ଜଗତସିଂହପୁରର ସତ୍ୟ ପ୍ରକାଶ କର। ମୃତ ବାଇକ ଆରୋହୀଙ୍କର କୌଣସି ପରିଚୟ ମିଳିନାହିଁ। ଘଟଣାର ତଦନ୍ତ କରୁଛି ପୋଲିସ ।