କନକ ବ୍ୟୁରୋ : ଭୁବନେଶ୍ବର ରେଳ ଷ୍ଟେସନ୍ ଡିପୋରେ ଆଜି ସକାଳେ ଘଟିଥିବା ମୋ ବସ୍ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। କ୍ୟାମେରାରେ କଏଦ୍ ହୋଇଛି ଦୁର୍ଘଟଣାର ଚିତ୍ର। ଟ୍ରେନ୍ରୁ ଓହ୍ଲାଇ ପୁରୀକୁ ଯିବା ପାଇଁ ଛିଡା ହୋଇଥିବାବେଳେ ରଞ୍ଜିତ ବେହେରା ନାମକ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା ମୋ ବସ୍। ତାଙ୍କର ଗୋଡରେ ଗଭୀର ଆଘାତ ପରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା। ପୁରୀର ରଞ୍ଜିତ ବେହେରା ଗୁରୁତର ଭାବେ ଆହତ ହୋଇଛନ୍ତି। ପୁରୀରୁ ଆସି ଭୁବନେଶ୍ବର ଷ୍ଟେସନରେ ପହଞ୍ଚିବା ପରେ ଖରା ହେଉଥିବାରୁ ଠିଆ ହୋଇଥିଲେ। କିନ୍ତୁ ହଠାତ ମୋ ବସ୍ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି।
ଭୁବନେଶ୍ବର ଷ୍ଟେସନ ଡିପୋରେ ମୋ ବସ୍ ଦୁର୍ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ପୁରୀ ଯିବାକୁ ଛିଡା ହୋଇଥିବା ବେଳେ ପଛରୁ ଧକ୍କାଦେଲା ମୋ ବସ୍
ଟ୍ରେନ୍ରୁ ଓହ୍ଲାଇ ପୁରୀକୁ ଯିବା ପାଇଁ ଛିଡା ହୋଇଥିବାବେଳେ ରଞ୍ଜିତ ବେହେରା ନାମକ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା ମୋ ବସ୍। ତାଙ୍କର ଗୋଡରେ ଗଭୀର ଆଘାତ ପରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା। ପୁରୀର ରଞ୍ଜିତ ବେହେରା ଗୁରୁତର ଭାବେ ଆହତ ହୋଇଛନ୍ତି।
/kanak/media/media_files/2025/02/25/FRKVqAmGEy9vlEKiFWnh.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)