କନକ ବ୍ୟୁରୋ : କାଳ ହେଲା ଲିଭ୍-ଇନ୍-ରିଲେସନ୍ । ବ୍ରେକ୍ ଅପ ପରେ ପ୍ରେମିକାକୁ ହତ୍ୟା କରି ବ୍ୟାଗରେ ଭର୍ତ୍ତି କରି ଜାଳିଦେଲା  ସଇତାନ ପ୍ରେମିକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀ ଗାଜିଆବାଦରେ ଘଟିଛି ଏହି ଘଟଣା । ମୃତକ ହେଉଛନ୍ତି 22 ବର୍ଷୀୟ ଯୁବତୀ ଶିଳ୍ପା ପାଣ୍ଡେ । ଗତ ଏକ ବର୍ଷ ଧରି ପ୍ରେମିକ ଅମିତ ତିୱାରି ସହିତ ଲିଭ୍ ଇନ୍ ରିଲେସନ ରେ ରହୁଥିଲେ । ଉଭୟ ଦିଲ୍ଲୀରେ ଏକାଠି କାମ କରୁଥିଲେ ।

Advertisment

ହେଲେ ନିକଟରେ ପ୍ରେମିକ ଅମିତ ଶିଳ୍ପା ସହିତ ବ୍ରେକ୍ ଅପ କରିଦେଇଥିଲା । ଯାହା ପରେ ଶିଳ୍ପା ବିବାହ କରିବା ପାଇଁ ଅମିତ ନିକଟରେ ଦାବି କରିଥିଲେ । ଯେଉଁଥିରୁ ମୁକ୍ତି ପାଇବା ପାଇଁ ନିଜ ପ୍ରେମିକାର ଗଳା ଚିପି ପ୍ରଥମେ ହତ୍ୟା କରିଥିଲା ଅମିତ ତିୱାରି । ପରେ ନିଜ ସାଙ୍ଗ ସହିତ ଏକ ବ୍ୟାଗରେ ଶବକୁ ପୁରାଇ ନିଆଁ ଲଗାଇ ଦେଇଥିଲା । ଏହାପରେ ଜଳିଯାଇଥିବା ବ୍ୟାଗକୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗିଦେଇଥିଲା । ଦିଲ୍ଲୀ ପୁଲିସ ସିସିଟିଭ୍ ଯାଞ୍ଚ କରି ଅଭିଯୁକ୍ତ ଅମିତ ଓ ତାର ଜଣେ ସାଙ୍ଗକୁ ଗିରଫ କରିଛି । ଉଭୟ ନିଜ ଦୋଷ ସ୍ବିକାର କରିଥିବା ଦିଲ୍ଲୀ ପୁଲିସ ପ୍ରେସମିଟ୍ କରି କହିଛି ।