କନକ ବ୍ୟୁରୋ: ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ଭୀମକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ । ୨୪ କୋଟି ଟଙ୍କାର ମଇଁଷି ଭୀମ ସହ ଫୋଟୋ, ଭିଡିଓ ଉଠାଇବାକୁ ଲୋକଙ୍କ ଭିଡ଼ । ରାଜସ୍ଥାନ ଜୋଧପୁର ରୁ ଆସିଛି ଭୀମ । ରାଜା ଭଳି ସଜେଇ ହୋଇଛି । ୧୬ଶହ କେଜି ଓଜନର, ଚିକଣ କଳା ରଙ୍ଗର ଭୀମ ଦେହରେ ପ୍ରତିଦିନ ଲାଗୁଛି ଏକ କେଜି ଭେସଲିନ, ୧ଲିଟର ସୋରିଷ ତେଲ । କାଜୁ ବାଦାମ ଏକ କେଜି ସହ ଦିନକୁ ପ୍ରାୟ ୩୫ କେଜିର ଖାଦ୍ୟ ଖାଉଛି ଭୀମ । ଇଓ ଦ୍ୱାରା ଭୀମରୁ ସିମେନରୁ ଏବେ ସୁଦ୍ଧା ୬ ଲକ୍ଷ୍ ମଇଁଷି ଛୁଆ ଜନ୍ମ ହେଇସାରିଲେଣି । ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ଏଇ ପ୍ରଜାତି ମଇଁଶିର ବେଶ ଚାହିଦା ରହିଛି ।
ନିକଟରେ ଅନ୍ୟ ଏକ ମଇଁଷିକୁ ନେଇ ଖବର ଆସିଥିଲା। ଥାଇଲାଣ୍ଡର ନିନଲାନୀ ଫାର୍ମର ଏହି ମଇଁଷି । ମଇଁଷିଟିର ବୟର ମାତ୍ର ୩ ବର୍ଷ ହୋଇଥିଲେ ବି ଏହାର ଉଚ୍ଚତା ଏବେ ୬ ଫୁଟ୍ ୮ ଇଂଚ୍ । ଏହାକୁ ଏବେ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଗଣନା କରାଯାଉଛି । ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ମୁତାବକ ଏହି ମଇଁଷିଟିର ଉଚ୍ଚତା ସାମାନ୍ୟ ବୟସ୍କ ମଇଁଷି ଠାରୁ ୨୦ ଇଞ୍ଚ୍ ଅଧିକ । ଏହି ମଇଁଷିଟିର ନାମ ରହିଛି କିଙ୍ଗ କଙ୍ଗ୍ । ନିଜର ନିଆରା ଉଚ୍ଚତାକୁ ନେଇ ଚର୍ଚ୍ଚାରେ ଥିବା କିଙ୍ଗକଙ୍ଗ ବି ନିଜର ଶାରିରୀକ ଗଠନକୁ ନେଇ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି ।