ଜଗତସିଂହପୁରରେ ଜଘନ୍ୟକାଣ୍ଡ, କୁଳ ଉଜାଡ଼ିଦେଲା କୁଳାଙ୍ଗାର ପୁଅ ..

Advertisment

କୁଳ ଉଜାଡ଼ିଦେଲା କୁଳାଙ୍ଗାର ପୁଅ । ବାପା, ମାଆ ଓ ଭଉଣୀକୁ ପିଟିପିଟି ହତ୍ୟା ।

କୁଳ ଉଜାଡ଼ିଦେଲା କୁଳାଙ୍ଗାର ପୁଅ । ବାପା, ମାଆ ଓ ଭଉଣୀକୁ ପିଟିପିଟି ହତ୍ୟା ।

ବୀଭତ୍ସ ହତ୍ୟା, ୩ ମୃତ

ବୀଭତ୍ସ ହତ୍ୟା, ୩ ମୃତ Photograph: (kanaknews)

କନକ ବ୍ୟୁରୋ: ଜଗତସିଂହପୁରରେ ବିଭତ୍ସ ହତ୍ୟାକାଣ୍ଡ। ବଂଶ ନିପାତ କଲା କୁଳାଙ୍ଗାର ପୁଅ । ବାପା, ମାଆ ଓ ଭଉଣୀକୁ ପିଟିପିଟି ହତ୍ୟା କରିଛି ସୈତାନ । ଜଗତସିଂହପୁର ସଦର ଥାନା ଜୟବଡ଼ ଧୋବାସାହିରୁ ସାମ୍ନାକୁ ଆସିଛି ଏଭଳି ନୃଶଂସକାଣ୍ଡ । ଘର ଭିତରେ ରକ୍ତ ଗୁଡୁବୁଡୁ ଅବସ୍ଥାରେ ପଡ଼ିଛି ୩ ମୃତଦେହ । ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।

ବାପା କୁଳମଣି ସେଠୀଙ୍କ ସହ ମାଆ ଓ ଭଉଣୀଙ୍କୁ ପିଟିପିଟି ମାରି ଦେଇଛି ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ସକାଳେ ପଡ଼ୋଶୀ ଘର ବାହାରେ ରକ୍ତ ଲାଗିଥିବା ଦେଖିବା ପରେ ଘଟଣାସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲିଠାରୁ ନିଶାଶକ୍ତ ଅବସ୍ଥାରେ ଅଭିଯୁକ୍ତ ଘରେ ପାଟିତୁଣ୍ଡ କରୁଥିଲା । ରାତିରେ ମଧ୍ୟ ପ୍ରବଳ ଝଗଡ଼ା ହୋଇଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe