ଭଙ୍ଗାଘରେ ଉଜ୍ଜ୍ୱଳ ପ୍ରତିଭା; ଶୁଭଶ୍ରୀଙ୍କ ଚିତ୍ରକଳା ପାଇଁ ଚାରିଆଡ଼େ ଚର୍ଚ୍ଚା

Advertisment

ଯାଜପୁର କୋରେଇ ବ୍ଲକ ଅମ୍ଭୁତିଆ ଗାଁର ଶୁଭଶ୍ରୀ ମାଝୀ । ତାଙ୍କ ହାତର ଯାଦୁଗରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜନେତା ହୁଅନ୍ତୁ କି କୌଣସି କ୍ରିକେଟର କି ବଲିଉଡ଼ ଗାୟକ । ସ୍କେଚ୍ ଧରି ସମସ୍ତ ଅବିକଳ ଚିତ୍ରକୁ କାଗଜରେ ଉତ୍ତାରି ଦେବାରେ ଓସ୍ତାଦ୍ ।

Updated On

ଯାଜପୁର କୋରେଇ ବ୍ଲକ ଅମ୍ଭୁତିଆ ଗାଁର ଶୁଭଶ୍ରୀ ମାଝୀ । ତାଙ୍କ ହାତର ଯାଦୁଗରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜନେତା ହୁଅନ୍ତୁ କି କୌଣସି କ୍ରିକେଟର କି ବଲିଉଡ଼ ଗାୟକ । ସ୍କେଚ୍ ଧରି ସମସ୍ତ ଅବିକଳ ଚିତ୍ରକୁ କାଗଜରେ ଉତ୍ତାରି ଦେବାରେ ଓସ୍ତାଦ୍ ।

ଅଦ୍ୟତନ ହୋଇଛି
28ଂିନବ ିଲୂ

Photograph: (kanakNews)

କନକ ବ୍ୟୁରୋ : ଆଜିକାଲି ପିଲାଠୁ ବୁଢା ସମସ୍ତଙ୍କ ପାଖରେ ମୋବାଇଲ ରହିଛି । ଆଜିର ଯୁବପିଢ଼ି କେତେକାଂଶରେ ମୋବାଇଲକୁ ଠିକ୍‌ରେ ବ୍ୟବହାର ନକରି ବାଟବଣା ହେଉଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ ଏମିତି ଜଣେ ଝିଅ ଯିଏ ୟୁଟ୍ୟୁବରେ ନିଜ ଚିତ୍ର ପୋଷ୍ଟ କରି ରୋଜଗାରକ୍ଷମ ହୋଇଛନ୍ତି । ଅଭାବରେ ରହି ମଧ୍ୟ ତାଙ୍କର ଦୃଢ଼ ଇଚ୍ଛା ଶକ୍ତି ପାଇଁ ସେ ସଫଳତାର ଶୀର୍ଷରେ ପହଞ୍ଚିପାରିଛନ୍ତି । 

ଯାଜପୁର କୋରେଇ ବ୍ଲକ ଅମ୍ଭୁତିଆ ଗାଁର ଶୁଭଶ୍ରୀ ମାଝୀ । ତାଙ୍କ ହାତର ଯାଦୁଗରୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜନେତା ହୁଅନ୍ତୁ କି କୌଣସି କ୍ରିକେଟର କି ବଲିଉଡ଼ ଗାୟକ । ସ୍କେଚ୍ ଧରି ସମସ୍ତ ଅବିକଳ ଚିତ୍ରକୁ କାଗଜରେ ଉତ୍ତାରି ଦେବାରେ ଓସ୍ତାଦ୍ । ଭଗବାନଙ୍କ ରୂପକୁ ଜୀବନ୍ତ ରୂପ ଦେଉଛନ୍ତି । ଆଉ ସେହି ସବୁ ଚିତ୍ର କଳାକୁ ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରି ଟଙ୍କା କମାଉଛନ୍ତି । ୟୁଟ୍ୟୁବ ପକ୍ଷରୁ ତାଙ୍କ ପ୍ରତିଭାକୁ ସ୍ବୀକୃତି ସ୍ବରୁପ ସିଲଭର ପ୍ଲେ ବଟନ ମିଳିଛି ।

ଶୁଭଶ୍ରୀଙ୍କ ବାପା ଶ୍ରୀକାନ୍ତ ମାଝୀ, ଜଣେ ମିଠା କାରିଗର । ମିଠା ଦୋକାନରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପୁଅ-ଝିଅଙ୍କ ପାଠପଢ଼ା ସହ ଘର ଚଳେ । ରହିବାକୁ ଭଲ ଘର ଖଣ୍ଡେ ନା ହିଁ। ଭଙ୍ଗା କୁଡ଼ିଆରେ ପୁରା ପରିବାର ରହୁଛନ୍ତି  । ଅଧାଘର ଗାଈ ଗୁହାଳ ଆଉ ଅଧାରେ ଶୁଭଶ୍ରୀଙ୍କ ପାଠପଢ଼ା ଓ ଚିତ୍ରାଙ୍କନ, ସବୁକିଛି । ସେଥିରେ ବି ଶୁଭଶ୍ରୀ ହାରି ନାହାନ୍ତି । ଜରିପାଲ ତଳେ ଅଭାବ ଅନଟନ ଭିତରେ ଅନ୍ୱେଷଣ କରିଛନ୍ତି । ସମ୍ଭାବନାର ବାଟ ଖୋଜି ପାଇଛନ୍ତି । ଆଉ ତାଙ୍କୁ ନେଇ ବାଟେଘାଟେ ଚର୍ଚ୍ଚା ହେଉଛି । ପ୍ରାଶାସନିକ ସ୍ତରରେ ମଧ୍ୟ ଶୁଭଶ୍ରୀଙ୍କ ସଫଳତାକୁ ସାବାସୀ ଦିଆଯାଉଛି । ମେଧାବୀ ଛାତ୍ରୀ, ଜଣେ ଚିତ୍ରଶିଳ୍ପୀଙ୍କ ଉନ୍ନତି ପାଇଁ ବ୍ଲକ ପ୍ରଶାସନ ପକ୍ଷକୁ ପ୍ରୟାସ କରାଯାଉଥିବା ବିଡିଓ କହିଛନ୍ତି । ଶୁଭଶ୍ରୀ ଏବଂ ତାଙ୍କ ପରି ଥିବା ଅନେକ ଲୁକ୍କାୟିତ ପ୍ରତିଭାକୁ ସରକାରଙ୍କ ତରଫରୁ ଉପଯୁକ୍ତ ପ୍ରଶିକ୍ଷଣ ଓ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe