ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣା; କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

Advertisment

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଜାରି କରାଯାଇଛି। ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଜାରି କରାଯାଇଛି। ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

17

Photograph: (kanak news)

କନକ ବ୍ୟୁରୋ: କଟକ ଜିଲ୍ଲାପାଳଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ। କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌ ଜାରି କରାଯାଇଛି । ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶକ ସକେତ କୁମାର ଏହି ନୋଟିସ୍‌ କେନ୍ଦ୍ର ପର୍ସନେଲ୍‌, ପବ୍ଲିକ୍‌ ଗ୍ରିଭାନ୍‌ସେସ୍‌ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରଣାଳୟ ଜରିଆରେ ପ୍ରଦାନ କରିଛନ୍ତି । 

ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ, ମୁଜିବୁଲ୍ଲା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ରଞ୍ଜନ ମଙ୍ଗରାଜଙ୍କ ପକ୍ଷରୁ ଫେବ୍ରୁଆରି ୫ ତାରିଖରେ ଏହି ନୋଟିସ୍‌ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟସଭା ସଚିବାଳୟ ପକ୍ଷରୁ ଗତ ୧୧ ତାରିଖରେ ବିଭାଗକୁ ପଠାଯାଇ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

 ଆହୁରି ପଢ଼ନ୍ତୁ :ଏଣିକି ମନ୍ଦିର ପରିସରକୁ ପ୍ଲାଷ୍ଟିକ୍‌; ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ

ସୂଚନାଯୋଗ୍ୟ ଯେ ଜାନୁଆରି ୨୩ ତାରିଖ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଆସିଥିଲେ । ସେଠାରେ ବିଭିନ୍ନ ଉଦ୍‌ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା । ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କଟକର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନଥିଲା କି ଫଳକରେ ତାଙ୍କ ନାମ ନଥିଲା । ଏହି ପ୍ରସଙ୍ଗ ଶ୍ରୀ ସାମନ୍ତରାୟ ରାଜ୍ୟସଭାରେ ଉତ୍‌ଥାପନ କରିଥିଲେ । ଏହା ରାଜ୍ୟସଭା ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କ ପ୍ରତି ପରୋକ୍ଷରେ ଅପମାନ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe