କନକବ୍ୟୁରୋ : କିଡ୍‌ନି ଓ ଲିଭର ଦାନ କରି ଅମର ହୋଇଗଲେ ଭୁବନେଶ୍ବରର ବର୍ଷକର ଶିଶୁ ଜନ୍ମେଶ ଲେଙ୍କା ।  ଅସୁସ୍ଥତା ଯୋଗୁ ଜନ୍ମେଶଙ୍କ ମୃତ୍ୟୁ ପରେ ତାଙ୍କ ବାପା ଜନ୍ମେଶଙ୍କ  କିଡ୍‌ନି ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଶରୀରରେ ପ୍ରତିରୋପଣ ପାଇଁ ପଠାଯାଇଥିବା ବେଳେ କିଡ୍‌ନି ଭୁବନେଶ୍ବରରେ ଦୁଇ ପିଲାଙ୍କ ଶରୀରରେ ଲାଗଛି। ଜନ୍ମେଶଙ୍କ ଶେଷକୃତ୍ୟ ବେଳେ ତାଙ୍କୁ ଗାର୍ଡ ଅଫ୍ ଅନର  ଦିଆଯାଇଥିଲା ।  ...

Advertisment

କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ ଓ ବାପାମାଆଙ୍କ ଆଗରେ ପୁଅର ଅନ୍ତିମ ସଂସ୍କାର  ।  କେମିତି ବା ବୁଝିବ ମାଆର ମନ ? ପୁଅର ମୁଁହକୁ ଆଉଁସି  ଗେଲ କରି ଦେଉଛନ୍ତି ଓ ପୂରା ପରିବାର ଉପରେ ଯେମିତି ବଜ୍ର ପଡ଼ିଛି ଓ କିନ୍ତୁ ଏସବୁ ଭିତରେ ଅମର ହୋଇଯାଇଛନ୍ତି ଜନ୍ମେଶ ଓ ଭୁବନେଶ୍ୱରର ଏହି ପରିବାର ପାଲଟିଛନ୍ତି   ଆଦର୍ଶ  ଓ ଅସୁସ୍ଥତା ଯୋଗୁ ଜନ୍ମେଶଙ୍କ  ମୃତ୍ୟୁ ପରେ ତାଙ୍କର ଦୁଇଟି କିଡନି ଓ ଲିଭରକୁ ପରିବାର ଦାନ କରିଦେଇଛନ୍ତି ।...  

ଭୁବନେଶ୍ୱର ଏମ୍ସରେ କିଡନୀ ରୋଗରେ ଚିକିତ୍ସାଧୀନ ଦୁଇ ଜଣଙ୍କୁ ଜନ୍ମେଶଙ୍କ କିଡନି  ଦାନ  କରାଯାଇଛି  ଓ ଆଉ ଦିଲ୍ଲୀରେ ଜଣଙ୍କ ପାଖକୁ ପ୍ରତିରୋପଣ ପାଇଁ ପଠାଯାଇଛି ଲିଭର ଓ ପରିବାର ଉପରେ ଦୁଃଖର ପାହାଡ଼ ଛିଡ଼ା ହୋଇଛି ସତ, କିନ୍ତୁ ଅନ୍ୟ ପରିବାରରେ ଜନ୍ମେଶଙ୍କ ପରିବାର  ହସ ଫୁଟାଇଛନ୍ତି ଓ  ଭୁବନେଶ୍ୱର ଖଣ୍ଡଗିରି ଶ୍ମଶାନରେ ଜନ୍ମେଶଙ୍କ ଶେଷକୃତ୍ୟ ବେଳେ ଗାର୍ଡ ଅଫ ଅନର ଦିଆଯାଇଛି ଓ ...