କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଚିତ୍ର । ସ୍କୁଲରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ମାଡି ଯାଇଥିଲା ଅଜଣା ବୋଲେରା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨ ଛାତ୍ର । ଏହି ସମସ୍ତ ଛାତିଥରା ଦୃଶ୍ୟ ସିସିଟିଭିରେ  କଏଦ ହୋଇଛି । ବିଦ୍ୟାଳୟରୁ ଛୁଟି ହୋଇ ଘରକୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ଚଢ଼ିଗଲା ଏକ ଅଜଣା ବୋଲେରୋ । ୨ ଜଣ ଛାତ୍ରଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।  

Advertisment

ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଖଣି ଟାଉନସିପ୍ ଅଞ୍ଚଳରେ । ତୃତୀୟ ଶ୍ରେଣୀର ଛାତ୍ର ଆୟୁଷ ଲୁଗୁନ ଓ ରାଶିକା ଫୂର୍ତ୍ତି  ଛୁଟି ପରେ ଉଭୟ ସାଙ୍ଗ ହୋଇ ଘରକୁ ଯାଉଥିଲେ । ସାମନାରୁ ଏକ ଦ୍ରୁତଗାମୀ ବୋଲେରୋ ଆସି ଦୁଇ ଜଣଙ୍କ ଉପରେ ଚଢ଼ି ଯାଇଥିଲା । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ଥାନୀୟ ସେଲ୍ ବଲାଣି ଡାକ୍ତରଖାନାକୁ ନେଇ ଆସିଥିଲେ । ସେଠାରୁ ଉଭୟ ଗୁରୁତର ଛାତ୍ରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ନେଇ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଓ ଚାଳକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି । ଗାଡି ଦୁଇ ଜଣ ନାବାଳକ ଚଲାଇ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ଏନେଇ ଅଧିକ ଛାନଭିନ୍ ଜାରି ରହିଛି ।