କନକ ବ୍ୟୁରୋ : ବାଡ଼ ଭାଙ୍ଗି ଘରେ ପଶିଲା BMW କାର । ଦୁଇଟା ରାତିରେ ଘଟଛି ଏଭଳି ଦୁର୍ଘଟଣା । ୟୁନିଟ 4 ଅଞ୍ଚଳରେ ଶାସ୍ତ୍ରୀ ନଗର ଟ୍ରାଫିକ ନିକଟରେ ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସି କାର ଟି ରାସ୍ତାରେ ହୋଇଥିବା ବ୍ୟାରିକେଡ ଭାଙ୍ଗି ଘରେ ପଶିଥିଲା ।
ସମସ୍ତେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ଏହି ଦୁର୍ଘଟଣାରେ ଗାଡି ମାଲିକ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ।