ଧନେଶ୍ୱର ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ସରେ ରକ୍ତଦାନ ଶିବିର ଅନୁଷ୍ଠିତ ।

Advertisment
Updated On
ଅଦ୍ୟତନ ହୋଇଛି
666

666

କନକ ବ୍ୟୁରୋ: ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ନର୍ସିଂ ଶିକ୍ଷା ସମୂହ ଧନେଶ୍ୱର ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ୍ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ । ପବିତ୍ର ମକର ସଂକ୍ରାନ୍ତିରେ ସ୍ଥାନୀୟ ବାଲିକୁଦା ଉତ୍ତମାପୁରସ୍ଥିତ ଅନୁଷ୍ଠାନର କ୍ୟାମ୍ପସ୍-୨ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି  । ସ୍ୱର୍ଗତ ଧନେଶ୍ୱର ବିଶ୍ୱାଳଙ୍କ ୧୧୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିଲେ ।

ରକ୍ତଦାନ ଭଳି ଜୀବନ ଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ  । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସଂଗ୍ରାମ କେଶରୀ ବିଶ୍ୱାଳ ଏବଂ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ରକ୍ତଦାନ କରିଥିଲେ  । ଏହି ଶିବିରରେ ମୋଟ ୪୫ ଜଣ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ରକ୍ତ ସଂଗୃହୀତ ହୋଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶିକା ସୁଜାତା ବିଶ୍ୱାଳ, ଯୁବ ଶିଳ୍ପପତି ମିଶାଲ ସ୍ୱାଇଁ, ଶିକ୍ଷାବିତ୍ ଡକ୍ଟର ବ୍ରଜ କିଶୋର ନାୟକ ଓ ଇଂ ଦୁର୍ଗାଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଅଭିଯାନକୁ ବ୍ୟାପକ କରିବା ଉପରେ  ଗୁରୁତ୍ୱାରୋପ କରିଥିଲେ  । କେନ୍ଦ୍ରୀୟ ରକ୍ତଭଣ୍ଡାର କଟକର ଡା. କିଶୋର ଚନ୍ଦ୍ର ବେହେରା ଏବଂ ସହଯୋଗୀ ଭାଗ୍ୟଧର ସାହୁ, ଶାରଦା ଓଝା, ବିଜୟ ସ୍ୱାଇଁ, ରମେଶ ରାଉତ ଓ ସଞ୍ଜୟ ପାତ୍ର ରକ୍ତସଂଗ୍ରହ କରିଥିଲେ  ।

ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମରଣିକା ସାହୁ, ସ୍ମୃତିପ୍ରଜ୍ଞା ରାଉତ, ଅଧ୍ୟକ୍ଷା ପ୍ରମିଳା କୁମାରୀ ନାୟକଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ ଗାୟତ୍ରୀ ଦାଶ, କ୍ରୀଷ୍ଣାଞ୍ଜଳି ସାମଲ, ଅଭିପ୍ସା ଖୁଣ୍ଟିଆ, ଅମ୍ରିତା ପଟ୍ଟନାୟକ, ଦେବୀ ପ୍ରସାଦିନୀ ଦାସ, ମଧୁସ୍ମିତା ଦାସ, ଅଭିଲିପ୍ସା ପ୍ରିୟଦର୍ଶିନୀ, ସୁଷମା ନାୟକ, ସୌମ୍ୟରଞ୍ଜନ ମିଶ୍ର, ପରଭେଜ ହୁସେନ୍, ଗୋବିନ୍ଦ ଚନ୍ଦ୍ର ଦାସ, ସଂଗୀତା ବରାଳ, ସ୍ମୃତିରେଖା ମହାନ୍ତି, ଅଙ୍କିତା ମହାନ୍ତି, ମୋନାଲିସା ମହାନ୍ତି, ଫକୀର ସାହୁ, ନିରାକାର ପଲେଇ, ରାଜେନ୍ଦ୍ର ମିଶ୍ର, ଶ୍ୟାମ ସାମଲ, ସୁଶୀଲ ପଣ୍ଡା, ରଞ୍ଜନ ମିଶ୍ର, ବାଦଲ ଭୋଇ, ଦିଲ୍ଲୀପ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ମଲ୍ଲିକ ଓ ଆର୍ଯ୍ୟ ଜେନା ପରିଚାଳନାରେ ସହଯୋଗ କରିଥିଲେ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe