କନକ ବ୍ୟୁରୋ : ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା । ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଲେ ଷ୍ଟାର୍‌ ବୋଲର ଯଶପ୍ରୀତ ବୁମରା । ଫିଟ୍ ନହେବାରୁ ବିସିସିଆର ନିଷ୍ପତ୍ତି । ବୁମରାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି । ଏହାସହ ଯଶସ୍ୱୀ ଜୈସ୍ୱାଲଙ୍କ ବଦଳରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରାଯାଇଛି । ଆହତ ବୁମରା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । ଗତ ବର୍ଷ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ବୁମରା ଆହତ ହୋଇଥିଲେ ।  ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଗତ ମାସରେ ଘୋଷଣା କରାଯାଇଥିବା ସମ୍ଭାବ୍ୟ ଦଳରେ ବୁମରାଙ୍କୁ ସ୍ଥାନ ମିଳିଥିଲା । ଅନ୍ୟପଟେ ଶିବମ ଦୁବେ, ମହମ୍ମଦ ସିରାଜ ଓ ଯଶସ୍ୱୀ ଜୈସ୍ୱାଲଙ୍କୁ ରିଜର୍ଭ ଖେଳାଳି ତାଲିକାରେ ସ୍ଥାନ ମିଳିଛି । ଆସନ୍ତା ୧୫ ତାରିଖରେ ଭାରତୀୟ ଟିମ୍ ଦୁବାଇ ଅଭିମୁଖେ ଯାତ୍ରା କରିବ ।