କନକ ବ୍ୟୁରୋ: ଜେଲ୍ ଗଲେ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ମହାନ୍ତି । କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ଏବଂ ନିହାର ମହାନ୍ତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ପ୍ରଶ୍ନପତ୍ର କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପାଇଁ ସେ ବଡ଼ ଧରଣର ଆର୍ଥିକ ଡିଲ କରିଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ମାଧ୍ୟମରେ ୬ ଟି ଜିଲ୍ଲାରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ । ୨୦୨୨ରେ ମାଲାକାନାଗିରିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଜିତନ ଏବଂ ଅନ୍ୟ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କ ସମ୍ପୃକ୍ତି ଥିଲା । ଏନେଇ ବୋର୍ଡ ହାତରେ ବଳିଷ୍ଠ ପ୍ରମାଣ ଥିଲେ ମଧ୍ୟ ବୋର୍ଡ କତୃପକ୍ଷ ଏହାକୁ ଯୋଜନା ବଦ୍ଧ ଭାବେ ଚାପି ଦେଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟପ୍ରମାଣ ଲାଗିଛି। ଉତ୍ତର ପିଛା ୫ ହଜାର ଟଙ୍କା ନେଇଥିବା ନେଇ ଅଭିଯୋଗ ମଧ୍ୟ ଆସିଥିଲା ।
ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲ: ସାମ୍ନାକୁ ଆସିଲା ବଡ଼ କେଳେଙ୍କାରୀ, ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା
ପ୍ରଶ୍ନପତ୍ର କେଳେଙ୍କାରୀର ଗୁମର ଖୋଲିବାରେ ଲାଗିଛି । ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ପାଇଁ ସେ ବଡ଼ ଧରଣର ଆର୍ଥିକ ଡିଲ କରିଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣାଙ୍କ ମାଧ୍ୟମରେ ୬ ଟି ଜିଲ୍ଲାରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ ।
/kanak/media/media_files/2025/08/04/09-2025-08-04-06-54-37.jpg)