ଗର୍ଭଗୃହ ପଲଙ୍କ ବିଜେ ପରେ ବାହାର କାଠ ଡେଇଁ ଜୟବିଜୟ ଦ୍ୱାର ଯାଏଁ ପଶିଗଲେ ଭକ୍ତ, ଶ୍ରୀମନ୍ଦ ସୁରକ୍ଷାକୁ ନେଇ ଉଠିଲା ବଡ଼ ପ୍ରଶ୍ନ

ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ । ଗର୍ଭ ଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାରକାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ।

5

ShreeMandir Photograph: (KanakNews)

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ପୁଣି ବିଶୃଙ୍ଖଳା । ଜୟବିଜୟ ଦ୍ୱାର ପର୍ଯ୍ୟନ୍ତ ପଶିଗଲେ ଭକ୍ତ । ଗର୍ଭ ଗୃହକୁ ପଲଙ୍କ ବିଜେ ପରେ ଓ ଭିତର ଆଳତି ପୂର୍ବରୁ ଜଣେ ଭକ୍ତ ବାହାରକାଠ ଡେଇଁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । କିଛି ସେବାୟତ ହଲ୍ଲା ପକାଇବାରୁ ଜେଟିପି ସ୍କ୍ୱାଡମାନେ ତାଙ୍କୁ ବାହାରକୁ ଆଣି ଗାଳି ଗୁଳଜ କରିବା ସହ ଧକ୍କା ମାରିଥିଲେ । ସମ୍ପୃକ୍ତ ଭକ୍ତ ତଳେ ପଡି ଯାଇଥିଲେ । କିଛି ସେବାୟତ ଓ ଜେଟିପି ମଧ୍ୟ ଗାଳି ଗୁଲଜ କରିଥିଲେ । ଜେଟିପି ସ୍କ୍ୱାଡଙ୍କ ଦୁର୍ବ୍ୟବହାରରେ କାନ୍ଦି କାନ୍ଦି ଫେରିଲେ । ଭକ୍ତ ଜଣକ ମୁଦୁଲି ଦ୍ୱାର ଦେଇ ପ୍ରବେଶ କରିଥିଲେ । ଏହି ଦ୍ୱାର ଦେଇ ସେବାୟତ ବା ଡିଉଟିରେ ଥିବା କର୍ମଚାରୀ ପ୍ରବେଶ ବ୍ୟବସ୍ଥା ଅଛି । ସାଧାରଣ ଭକ୍ତ ଏହି ଦ୍ୱାର ଦେଇ ପ୍ରବେଶ କରି ପାରିବେ ନାହିଁ । କିଭଳି ଏହି ଭକ୍ତ ଜଣକ ଏହି ଦ୍ୱାର ଦେଇ ପ୍ରବେଶ କଲେ? କେହି ପ୍ରବେଶ କଲାବେଳେ ଦେଖି ପାରିଲେ ନାହିଁ କେମିତି? ତାକୁ ନେଇ ପ୍ରଶ୍ନ ଉଠିଛି । 

ଦିଲ୍ଲୀ ବିସ୍ଫୋରଣର ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ: ଏପଟେ ତଦନ୍ତ ପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କଲା ଏନଆଇଏ

ଦିଲ୍ଲୀ ବିସ୍ଫୋରଣ ପରେ ଶ୍ରୀମନ୍ଦିରରେ ହାଇ ଆଲର୍ଟ ରହିଛି । ମନ୍ଦିର ବାହାର ସହ ଭିତରେ ମଧ୍ୟ କଟକଣା କଡାକଡ଼ି କରାଯାଇଛି । ଏଭଳି ସ୍ଥିତିରେ ଭକ୍ତ ଜୟବିଜୟ ଦ୍ୱାର ଅତିକ୍ରମ କରିବା ଶ୍ରୀମନ୍ଦିରର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ପୁଣି ପଦାରେ ପକାଇଛି ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe