କନକ ବ୍ୟୁରୋ : ଗତକାଲି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜାଗର ମହାଦୀପ ଉଠିବା ବେଳେ ଘଟିଥିବା ଅଘଟଣ ନେଇ ବଢୁଛି ସନ୍ଦେହ। ମହାଦୀପ ଉଠିବା ବେଳେ ପଡିଯାଇଥିଲେ ସମର୍ଥା ସେବାୟତ, ଯାହାକୁ ନେଇ ତୁମ୍ୱି ତୋଫାନ ଜାରି ରହିଛି। କିନ୍ତୁ ଏହା ପଛର କାରଣ କଣ, ତାହା ଏବେ ବି ଅସ୍ପଷ୍ଟ ରହିଛି। ଆଉ ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି ସେବାୟତ। ଆହତ ସେବାୟତଙ୍କ ପୁଅ ଅଶ୍ୱିନୀ ସମର୍ଥା କହିଛନ୍ତି, ମହାଦୀପ ମଶାଲରେ ଘିଅର ମାତ୍ରା ଅତ୍ୟଧିକ ହୋଇଯାଇଥିବାରୁ ଓ ପ୍ରଶାସନ ବାଲି ପକାଇବାକୁ ଭୁଲି ଯାଇଥିବାରୁ ବାପା ଖସିପଡ଼ିଲେ ।
ଅନ୍ୟପକ୍ଷରେ ଏହାକୁ ଖଣ୍ଡନ କରିଛନ୍ତି କିଛି ବରିଷ୍ଠ ସେବାୟତ। ଏହାରି ଭିତରେ ଏବେ ସେବାୟତଙ୍କ ପୂର୍ବାନୁମାନ ଆଶଙ୍କା ସୃଷ୍ଟି କରିଛି। ଗତ ମଙ୍ଗଳବାର ଅର୍ଥାତ ଜାଗର ପୂର୍ବରୁ ହୋଇଥିବା ଚୂଡାନ୍ତ ବୈଠକରେ ସେବାୟତମାନେ ଦେଇଥିବା ପ୍ରତିକ୍ରିୟାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁଣନ୍ତୁ ସେଦିନ ବୈଠକରେ କଣ କହିଥିଲେ ପୂଜାପଣ୍ଡା ନିଯୋଗର ସମ୍ପାଦକ । ଏପଟେ ଘଟଣାକୁ ନେଇ ରାଜନୈତିକ ଅସନ୍ତୋଷ ବି ଦେଖାଦେଇଛି। ସମର୍ଥା ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବାକୁ ଆସି ଭୁବନେଶ୍ୱର ମେୟର, ପ୍ରଶାସନ ଉପରେ ଦୋଷ ଲଦିଛନ୍ତି। ଅନ୍ୟପୠକ୍ଷରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ଅଯଥାରେ କାଦୁଅଫିଙ୍ଗା ରାଜନୀତି ବନ୍ଦ କରନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/27/T8aFNAtyQQ5v2sQPEMXd.jpg)