Capture 123 Photograph: (KanakNews )
କନକ ବ୍ୟୁରୋ : ବଡ଼ଦିନରେ କମିଶନରେଟ ପୋଲିସକୁ ବଡ଼ ସଫଳତା । ପୋଲିସ କବଜାରେ ଅପରାଧୀ ଗ୍ୟାଙ୍ଗ। ଗ୍ୟାଙ୍ଗର ଏକାଧିକ ଦାଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କଠାରୁ ୫ ବନ୍ଧୁକ ସହ ୨୦ ରାଉଣ୍ଡ ଗୁଳି ଜବତ କରିଛି ପୋଲିସର ସ୍ପେଶାଲ ସ୍କାଡ୍ । ୮୪ ହଜାର ଟଙ୍କା ସହ ସୁନା ଅଳଙ୍କାର ଓ ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତମାନେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ବନ୍ଧୁକ ଚାଲାଣ କରୁଥିଲେ । ଡରାଇ ଧମକାଇ ଚାନ୍ଦା ଆଦାୟ କରୁଥିଲେ । ରାତିରେ ନାକାବନ୍ଦୀ ଚାଲିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ ।
ଏହି ଅଭିଯୁକ୍ତଙ୍କ ଅପରାଧର ତାଲିକା ବେଶ ଲମ୍ୱା । କେବଳ ଭୁବନେଶ୍ୱର ନୁହେଁ ପୁରୀ, ଖୋର୍ଧା, ଜଗତସିଂହପୁର ପୁଲିସ ପାଇଁ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ। ଚୋରା ବାଲି କାରବାର, ମୋରମ ଚାଲାଣ ଠାରୁ ଆରମ୍ଭ କରି ଦାଦାବଟି ପାଇଁ ମୁଣ୍ଡରେ ଲଗାଇ ଦେଉଥିଲେ ବନ୍ଧୁକ। ସେହିପରି ଭୁବନେଶ୍ୱରରେ ଏକ ବଡ ଡକାୟତି ପାଇଁ ଏମାନେ ତିଆରି କରିଥିଲେ ମାଷ୍ଟର ପ୍ଲାନ । ତେବେ ବଡ ଦିନରେ ବଡ ଅପରାଧ ଭିଆଇବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତିତ କରୁଥିଲେ କି ଅପରାଧୀ । ରାଜଧାନୀରୁ ଯଦି ମିଳୁଛି ଏତେ ତାହାରେ ଅନ୍ୟ ଜିଲ୍ଲାରେ ରହିଛି କେତେ ବନ୍ଧିକ। କେଉଁଠି ଆସିଲା ଏହି ସବୁ ଚୋରା ବନ୍ଧୁକ, କିଙ୍ଗପିନ କିଏ, କେବେଠାରୁ ଏମାନେ ଏହି ଚୋରା ବନ୍ଧୁଙ୍କ କାରବାର କରୁଥିଲେ ସେନେଇ ଖେଆଳତାଡ କରୁଛି ପୁଲିସ ।
Follow Us