କନକବ୍ୟୁରୋ  : ଆରଜେଡି ସଭାପତି ଲାଲୁ ଯାଦବଙ୍କୁ ଶକ୍ତ ଝଟ୍‌କା । ବିହାର ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବଂ ଆଜି କିମ୍ୱା କାଲି ଇଣ୍ଡମେଣ୍ଟରେ ଆସନ ବଣ୍ଟନ ହେବାକୁ ଥିବା ବେଳେ ଠକେଇ ମାମଲାରେ ଲାଲୁଙ୍କ ନାଁରେ ଚାର୍ଜଫ୍ରେମ୍  ।   ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍‌ଡି ଦେବୀ, ପୁଅ ତେଜସ୍ବୀ ଯାଦବ ଏବଂ ଅନ୍ୟମାନଙ୍କ  ନାଁରେ  ଦିଲ୍ଲୀର ଏକ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି ।  ଲାଲୁ ରେଳମନ୍ତ୍ରୀ ଥିବା ବେଳେ ଘରୋଇ ସଂସ୍ଥାଙ୍କୁ ଆଇଆରସିଟିସି ଠିକା  ପ୍ରଦାନ ପାଇଁ  ସେ ଓ ତାଙ୍କ ପରିବାର ମୂଲ୍ୟବାନ ଜମି ଲାଞ୍ଚ ନେଇଥିବା ସିବିଆଇ ଅଭିଯୋଗ କରିଛି ।  

Advertisment

ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ହୋଇଛି  ଚାର୍ଜ ଫ୍ରେମ୍  ।  ଦୁର୍ନୀତି, ଅପରାଧିକ ଷଡ଼୍‌ଯନ୍ତ୍ର, ଠକେଇ ଅନ୍ୟ ଆପରାଧିକ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍‌ଡି ଦେବୀ ,  ପୁଅ ତେଜସ୍ବୀ ଯାଦବ  ଏବଂ ଅନ୍ୟମାନଙ୍କ ନାଁରେ ଚାର୍ଜ ଫ୍ରେମ୍ କରାଯାଇଛି ।  ଲାଲୁ ରେଳମନ୍ତ୍ରୀ ଥିବା ବେଳେ  ୨୦୦୪ରୁ ୨୦୦୯ ମଧ୍ୟରେ  ପୁରୀ ଓ ରାଞ୍ଚିରେ ଥିବା ଆଇଆରସିଟିସି  ହୋଟେଲକୁ ସୁଜାତା ହୋଟେଲ୍ସ ନାମକ ସଂସ୍ଥାକୁ ଠିକା ଦିଆଯାଇଥିଲା ।  ଏଥିପାଇଁ ଲାଲୁ, ରାବ୍‌ଡି ଓ ତେଜସ୍ବୀ ଯାଦବ କୋଟିକୋଟି ଟଙ୍କା ମୂଲ୍ୟର ଜମି ଲାଞ୍ଚ ନେଇଥିବା ସିବିଆଇ ଅଭିଯୋଗ କରିଛି ।  ଅଭିଯୁକ୍ତମାନେ ନିଜକୁ ନିର୍ଦ୍ଦୋଷ କହୁଥିବା ବେଳେ ଏବେ ଚାର୍ଜ ଫ୍ରେମ୍ ପରେ ମାମଲା ଆଗକୁ ବଢ଼ିବ ।