କନକ ବ୍ୟୁରୋ: ଆପଣ ରାସ୍ତାରେ, ମନ୍ଦିରରେ କିମ୍ବା ରେଳ ଷ୍ଟେସନରେ ଅନେକ ଭିକାରୀ ଦେଖିଥିବେ, କିନ୍ତୁ ଆପଣ କେବେ ଅନଲାଇନ୍ ଭିକାରୀ ଦେଖିଛନ୍ତି କି? ହଁ, ଜଣେ ଭିକାରୀ ଅଛନ୍ତି ଯିଏ ୟୁଟ୍ୟବରେ ଲାଇଭ୍ ହୋଇ ଭିକ୍ଷା ମାଗୁଛନ୍ତି । ଏହି ଅନଲାଇନ୍ ଭିକାରୀଙ୍କ ନାମ ଗୌତମ ସୂର୍ଯ୍ୟ । ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି । ଯେଉଁଥିରେ ସେ ଲାଇଭରେ ଭିକ ମାଗନ୍ତି । ତାଙ୍କ ଚ୍ୟାନେଲ, govindsurya360ରେ ୫୦୦,୦୦୦ରୁ  ଅଧିକ ସବସ୍କ୍ରାଇବର୍ ଅଛନ୍ତି ।

Advertisment

ଏପର୍ଯ୍ୟନ୍ତ ସେ ତାଙ୍କ ଚ୍ୟାନେଲରେ ୩୮,୦୦୦ ଭିଡିଓ ଅପଲୋଡ୍ କରିସାରିଛନ୍ତି, ଯାହା ୨୬୦ ନିୟୁତରୁ ଅଧିକ ଭ୍ୟୁ ହାସଲ କରିଛି । ଗୌତମ ସୂର୍ଯ୍ୟ ପ୍ରତିଦିନ ୩-୪ ଘଣ୍ଟା ପାଇଁ ଲାଇଭ୍ ହୁଅନ୍ତି, ତାଙ୍କ ସ୍କ୍ରିନରେ ୨-୩ଟି QR କୋଡ୍ ଦେଖାଇ ଟଙ୍କା ମାଗୁଛନ୍ତି । ତାଙ୍କ ଚ୍ୟାନେଲର ବାୟୋରେ ଲେଖା ଅଛି, "ଗୋଟିଏ ଦିନ ମୁଁ ନିଶ୍ଚିତ ଭାବରେ ମୋର ଘର ତିଆରି କରିବି, ଏବଂ ତା'ପରେ କେହି ମୋତେ ଏଠାରୁ ଚାଲିଯିବାକୁ କହିବେ ନାହିଁ ।" ବିଶେଷ କଥା ହେଉଛି ସେ କାହାକୁ ଅନୁସରଣ କରନ୍ତି ନାହିଁ, ସେ କେବଳ ତାଙ୍କ ନିଜ ଚ୍ୟାନେଲକୁ ଅନୁସରଣ କରନ୍ତି ।

ଆଜିକାଲି ସୋସିଆଲ ମିଡିଆରେ ସେ ବେଶ ଚର୍ଚ୍ଚାରେ ଅଛନ୍ତି, ଯିଏ ରାସ୍ତାରେ ଭିକ୍ଷା ମାଗୁନାହାଁନ୍ତି ବରଂ ୟୁଟ୍ୟୁବରେ ଲାଇଭ୍ ଆସି ଭିକ୍ଷା ମାଗୁଛନ୍ତି । ଯେତେବେଳେ ସେ ଲାଇଭ୍ ଆଆନ୍ତି, ସେତେବେଳେ ତାଙ୍କ ସହିତ ୧୦ ହଜାରରୁ ଅଧିକ ଲୋକ ଯୋଗ ଦିଅନ୍ତି । ଲାଇଭ୍ ଦେଖିବା ସମୟରେ, ଲୋକମାନେ କ୍ୟୁଆର କୋଡ୍ ମାଧ୍ୟମରେ ତାଙ୍କୁ ୧ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରନ୍ତି । ଅଧିକାଂଶ ଲୋକ ତାଙ୍କୁ ୧ ଟଙ୍କା ପଠାନ୍ତି । କେହି ପେମେଣ୍ଟ କରିବା ମାତ୍ରେ, ସେ ସେହି ବ୍ୟକ୍ତିଙ୍କ ନାମ ନେଇ ଧନ୍ୟବାଦ କୁହନ୍ତି ଏବଂ କେଉଁ ନମ୍ବର କିମ୍ବା ନାମରୁ ଟଙ୍କା ଆସିଛି ତାହା କୁହନ୍ତି ।

ତାଙ୍କର ଗୋଟିଏ ଭିଡିଓ ୨୭ ମିଲିୟନ ପର୍ଯ୍ୟନ୍ତ ଭ୍ୟୁ ପାଇଛି । କେବଳ ଏତିକି ନୁହେଁ, ସେ ଅନେକ ଭିଡିଓରେ ଏହା ମଧ୍ୟ ଦେଖାଇଛନ୍ତି ଯେ ସେ ଗୋଟିଏ ଦିନର ସୁପରଚାଟରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଗୌତମ ସୂର୍ଯ୍ୟ ମଧ୍ୟ ତାଙ୍କର ସଂଘର୍ଷର କାହାଣୀ ସେୟାର କରନ୍ତି । ଗୋଟିଏ ଭିଡିଓରେ ସେ କହିଥିଲେ ଯେ ଯେତେବେଳେ ତାଙ୍କ ପାଖରେ ୨-୩ ବର୍ଷ ପାଇଁ କାମ ନଥିଲା, ସେତେବେଳେ ଜୀବନ ବହୁତ କଷ୍ଟକର ଥିଲା ।

ସେ କହୁନ୍ତି, "ମୁଁ ଛୋଟ ଥିଲି, କିନ୍ତୁ ମୁଁ ଘରେ ବେକାର ବସି ରହୁଥିଲି । ଯେତେବେଳେ ମୋ ବାପା ରାତି ୧୨:୩୦ରେ ତାଙ୍କ ସାଇକେଲରେ କାମରୁ ଘରକୁ ଫେରୁଥିଲେ ଏବଂ ଆମର ଆଖି ମିଶିଯାଉଥିଲା, ମୁଁ ବହୁତ ଲଜ୍ଜିତ ଅନୁଭବ କରୁଥିଲି । ଏହି ବୟସରେ ମୋ ବାପାଙ୍କୁ ସାଇକେଲ ଚଲାଉଥିବାର ଦେଖିବା ମୋ ପାଇଁ ବହୁତ ଯନ୍ତ୍ରଣାଦାୟକ। ସେଥିପାଇଁ ମୁଁ ଭିକ୍ଷା ମାଗୁଛି ।" ସେ ତାଙ୍କ ବାପାଙ୍କ ସାଇକେଲରେ ଘରକୁ ଫେରିବାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହା ବ୍ୟତୀତ, ଅନେକ ଭିଡିଓରେ ସେ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ମଧ୍ୟ ଦେଖାଯାଉଛି । ଏହିପରି, ଏହି ଅନନ୍ୟ ଭିକାରୀ ତାଙ୍କ ଅନଲାଇନ୍ ଉପସ୍ଥିତି ମାଧ୍ୟମରେ କେବଳ ଲକ୍ଷ ଲକ୍ଷ ଅନୁସରଣକାରୀ ସଂଗ୍ରହ କରିନାହାଁନ୍ତି, ବରଂ ପ୍ରତି ମାସରେ ଯଥେଷ୍ଟ ଆୟ ମଧ୍ୟ କରୁଛନ୍ତି ।

ଏହି ଭିକାରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ଭିକାରୀଙ୍କ ଉପରେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି - ଭାଇ, ତୁମର ମୁହଁ ସୂର୍ଯ୍ୟକୁମାର ଯାଦବଙ୍କ ପରି ଏବଂ ତୁମେ ୧ ଟଙ୍କା ପାଇଁ ଭିକ୍ଷା ମାଗୁଛ, ତୁମେ କ୍ରିକେଟରଙ୍କ ନାମକୁ ଖରାପ କରୁଛ । କେତେକ ତାଙ୍କୁ ଡିଜିଟାଲ୍ ଭିକାରୀ କହୁଛନ୍ତି ଏବଂ କେତେକ କହୁଛନ୍ତି ଯେ ଯଦି ତୁମର ହାତ ଏବଂ ଗୋଡ ଭଲ ଅଛି ତେବେ ତୁମେ କାହିଁକି ଭିକ ମାଗୁଛ ।