କନକବ୍ୟୁରୋ : ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରଣଧୀର ଜୟସୱାଲ୍ କହିଛନ୍ତି ,‘‘ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ମୁହଁଭଙ୍ଗା ଜବାବ ଦିଆଯାଇଛି । ପାକିସ୍ତାନ ସହ କେବଳ POK ଫେରସ୍ତ ନେବା ବିଷୟରେ ଆଲୋଚନା ହେବ । ଆମର ଦୀର୍ଘ ଦିନରୁ ଜାତୀୟ ଆଭିମୁଖ୍ୟ ରହିଆସିଛି ଯେ ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡିତ ଯେକୌଣସି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଭାବେ ସମାଧାନ କରିବାକୁ ପଡିବ । ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ବିଚାରଧୀନ ମାମଲା ହେଉଛି ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ POK କୁ ଖାଲି କରିବା  ।  ରଣଧୀର ଜୟସୱାଲ ମଙ୍ଗଳବାର ଦିନ କହିଛନ୍ତି ଯେ ‘‘ପାକିସ୍ତାନ ସୀମା ପାର୍ଶ୍ୱରୁ ହେଉଥିବା ଆତଙ୍କବାଦକୁ ନିର୍ଭରଯୋଗ୍ୟ ଏବଂ ଅପରିବର୍ତ୍ତନୀୟ ଭାବରେ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବ ।

Advertisment

ମେ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ ହେବାଠାରୁ ମେ ୧୦ ତାରିଖରେ ଗୁଳି ବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ରାଜିନାମା ହେବା ପର୍ଯ୍ୟନ୍ତ ଭାରତୀୟ ଏବଂ ଆମେରିକୀୟ ନେତାଙ୍କ ମଧ୍ୟରେ ଉଭୟ ଦେଶର ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗ ଉଠିନଥିଲା ।’’ ରଣଧୀର ଜୟସୱାଲ କହିଛନ୍ତି, ‘‘ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ବୟାନ ଆମେ ଦେଖିଛୁ । ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଭାବୁଛି ବଞ୍ଚିଯିବ , ତା’ହେଲେ ପାକିସ୍ତାନଠୁ ବୋକା ବୋଧେ କେହି ନୁହେଁ ।

ଭାରତ ଯେଉଁ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଛି, ତାହା କେବଳ ଭାରତୀୟଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଅନେକ ନିରୀହ ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲା । ପାକିସ୍ତାନ ଯେତେ ଶୀଘ୍ର ଏହାକୁ ବୁଝିବ, ତାହା ତାଙ୍କ ପାଇଁ ସେତେ ଭଲ ହେବ । ଏଥିସହ ପାକିସ୍ତାନ କୁ କଟାକ୍ଷ ମଧ୍ୟ କରିଛି ଭାରତ , ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିଛି  । ହାରିବା ପରେ ମଧ୍ୟ  ପାକିସ୍ତାନ ଖୁସି ମନାଉୁଥିବା ଦେଖିବାକୁ ମିଳିଛି  ।  ଏହାଠାରୁ ଲଜ୍ୟାଜନକ ଘଟଣା କଣ ହୋଇପାରେ , ଏବେ  ଯାହା ହେବ ଦ୍ବିପାକ୍ଷିଆ ଜରିଆରେ ହେବ । ଟ୍ରମ୍ପ କହିଥିବା କଥାକୁ ମଧ୍ୟ ଭାରତ ଖଣ୍ତନ କରିଛି । ଜାମ୍ମୁ ଓ କାଶ୍ମୀର ହେଉଛି  ଭାରତର ଅଭିନ୍ନ ଅଙ୍ଗ , ଅସ୍ତ୍ରବିରତି ବେଳେ ବାଣିଜ୍ୟ କଥା ଉଠିନାହିଁ ।