ଏକତା କୁ ନେଇ ଗଢି ଉଠିଛି ସୁନ୍ଦର ପରିବାର : ପରିବାରରେ ରୁହନ୍ତି ୪୦ ସଦସ୍ୟ

 ଯୌଥ ପରିବାର ହେଉଛି ଭାରତୀୟ ଙ୍କ  ସଂସ୍କୃତି । ସମୟଚକ୍ରରେ ଗତ କିଛି ଦଶନ୍ଧି ଧରି ଏହି ପରମ୍ପରା ଅବକ୍ଷୟମୁଖୀ ହୋଇଥିଲେ ବି ଆଜି  ବି ଏମିତି କିଛି ପରିବାର ଆମ ସମ୍ମୁଖରେ ରହିଛନ୍ତି ତାଙ୍କୁ ଦେଖିଲେ ଆମର ପ୍ରାତୀନ ସଂସ୍କୁତି କୁ ଫେରିବା ଲାଗି ରାସ୍ତା ଦେଖାଇଛି  

Joint-Fam-PKG

Photograph: (KanakNews )

କନକବ୍ୟୁରୋ :  ଯୌଥ ପରିବାର ହେଉଛି ଭାରତୀୟ ଙ୍କ  ସଂସ୍କୃତି । ସମୟଚକ୍ରରେ ଗତ କିଛି ଦଶନ୍ଧି ଧରି ଏହି ପରମ୍ପରା ଅବକ୍ଷୟମୁଖୀ ହୋଇଥିଲେ ବି ଆଜି  ବି ଏମିତି କିଛି ପରିବାର ଆମ ସମ୍ମୁଖରେ ରହିଛନ୍ତି ତାଙ୍କୁ ଦେଖିଲେ ଆମର ପ୍ରାତୀନ ସଂସ୍କୁତି କୁ ଫେରିବା ଲାଗି ରାସ୍ତା ଦେଖାଇଛି  । ଏହା ଆଜି ଆମକୁ ନିର୍ଭୟରେ ବଞ୍ଚିବାର ରାହା ଦେଉଥିବା ବେଳେ ପ୍ରତିଟି ଲଢ଼େଇରେ ଟାଣ ହୋଇ ଛିଡ଼ା ହେବାର ସାହସ  ମଧ୍ୟ ଯୋଗାଏ । ଏମିତି ଏକ ପରିବାର ହେଉଛି  ପୁରୀ ଜିଲା ପିପିଲି ବ୍ଳକ କାଙ୍କ ନାଡୁଆ ଗାଁ ର ବେହେରା ପରିବାର 
ସୁଖ ଦୁଖ ରେ ଆଜି ବି ସମସ୍ତେ ଏକାଠି ରହିଛନ୍ତି ,

ଏକାଠି ଗୋଟିଏ ଛାତ ତଳେ ସେଇ ଦୁଖ ସୁଖର ସାଥି ବନିଛନ୍ତି  , ଗୋଟିଏ ଚୁଲି ରେ ରୋଷେଇ ଗୋଟିଏ ମନ ପୁରା ପରିବାର ଲୋକଙ୍କୁ ବାନ୍ଧି ରଖିଛି , ସେଥିପାଇଁ ତ ପରିବାର ର ମୁଖିଆ ସ୍ୱର୍ଗତ ମଙ୍ଗୁଳି  ବେହେରା ଙ୍କ ପରିବାର .ଜେଜେ  ବାପା ଅମଳରୁ ରହିଆସୁଛନ୍ତି ଏକାଠି .ଯାହା ପରିଚୟ ଦେଇଛି ଯୋଥ ପରିବାର ହେଉଛି ଏକତା ର ବଳ   ୧୦୦ ବର୍ଷ ର ପୁରୁଣା ପରିବାର ଏକାଠି ରହୁଛନ୍ତି ୪୦ ରୁ ଉର୍ଧ  ସଦସ୍ୟ  .୬ ଭାଇ ୬ ଭାଇ ବୋହୁ .ଜେଜେ ଓ .ଜେଜେ ମା .ନାତିନାତୁଣୀ .ଅଣ ନାତି ଅଣ ନାତୁଣୀ .ଭାଇ ଭଉଣୀ ଭଳି ଅନେକ ସମ୍ପର୍କ ଭିତରେ ଏକାଠି ଗଢି ଉଠିଛି ଏହି ପରିବାର 

ଯାହା ଏକତାର ପରିଚୟ  ସହ ଅନେକ ସମ୍ଫର୍କକୁ ବାନ୍ଧି ରଖିଛନ୍ତି  କାଙ୍କ ନାଡ଼ୁଆ ଗାଁର ବେହେରା ପରିବାର ...........  ଆଜିକା ଦିନରେ ଏତେବଡ଼ ପରିବାର ନେଇ ଚଳିବା କଥା କାହାକୁ ବୋଝ ଭଳି ଲାଗିପାରେ ,  କିନ୍ତୁ ପରିବାର ର ମୁଖିଆ ସ୍ୱର୍ଗତ ମଙ୍ଗୁଳି ବେହେରା ଙ୍କ ପରିବାରରେ ଆଜି ଯାଏଁ ସେମିତି କିଛି ବି ହୋଇନି ଇଟା ମାଟିରେ ଗଢା ଏହି ପରିବାର କୁ ସମସ୍ତ ସଦ୍ୟସ ଏକ ମନ୍ଦିର ପରି ଗଢି ତୋଳି ସମସ୍ତେ ଏକାଠି ରହିଛନ୍ତି  ଆଜି ଭଳି ଏହି ଦୁନିଆ ରେ ସମସ୍ତଙ୍କ ମନ ନେଇ ଗୋଟିଏ ପରିବାରରେ ଚଳିବା ପ୍ରାୟତ କମ କ୍ଷେତ୍ରରେ ଦେଖାଯାଏ  କିନ୍ତୁ ସ୍ୱର୍ଗତ ମଙ୍ଗୁଳି  ବେହେରା ଙ୍କ ପରିବାର ରେ ସମସ୍ତେ ଏତାଠି ମିଶି ନିଜକୁ ସଂସ୍କାର ରେ ଏକାଠି ବାନ୍ଧି ରଖିଛନ୍ତି   ,

ସକାଳ ହେଲେ ଚଳ ଚଂଚଳ ହୋଇ ଉଠେ ଘରର  ରୋଷେଇ  ଶାଳ ସମସ୍ତେ ଏକାଠି ହୋଇ କାମ କରିବା ସହ ଘରର ସମସ୍ତ ସଦସ୍ୟଙ୍କ ପାଇଁ ବସେ ବଡ ହଣ୍ତା , ଘରର ସମସ୍ତ ସଦସ୍ୟ ନିଜ ନିଜ ବୃତ୍ତି ରେ ଲିପ୍ତ ରହିଛନ୍ତି କିଏ ଚାଷ କାମ କରେ ତ ଆଉ କିଏ ପରିବା ହାଟରେ ବିକ୍ରି ତ ଆଉ କିଏ ଉଚ୍ଚ ପଦବୀ ରେ ସରକାରୀ ଚାକିରୀ ସମସ୍ତେ କିନ୍ତୁ ଏକାଠି ଖାଇବା ସହ ଭଲ ମନ୍ଦରେ ଏକାଠି ହୋଇ କାମ କରନ୍ତି  ,ସବୁଠୁ ବଡ କଥା ହେଲା ୧୭ ଏକର ଚାଷ ଜମିରେ  ଧାନ ଓ ପରିବା ଚାଷ ହୁଏ  

ତେବେ ସେମାନଙ୍କ ଭିତରେ ଯେ କେବେ କଳି, ଝଗଡ଼ା ହୋଇନି, କି ମନ ମତାନ୍ତର ହୋଇନି, ତା ନୁହେଁ, ବରଂ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାମୟିକ ଝଡ଼କୁ କିଭଳି ଅଣଦେଖା କରି କେମିତି ଆଗକୁ ଯାଇହୁଏ, ତାହା ପରିବାରର ପ୍ରତିଟି ସଦସ୍ୟଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଘରର ମୁଖିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe