କନକ ବ୍ୟୁରୋ : ଶ୍ରୀଲଙ୍କା ଭଣ୍ଡାରନାୟକ ଅର୍ନ୍ତଜାତୀୟ ବିମାନବନ୍ଦରରେ ଖାନତଲାସି । ଚେନ୍ନାଇରୁ କଲମ୍ବୋ ପହଁଚିଥିବା ଏକ ବିମାନବନ୍ଦରରେ ଛାନଭିନ କରାଯାଇଛି । ସୂଚନା ଅନୁସାରେ ବିମାନରେ ପହଲଗାମ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ କିଛି ଆତଙ୍କୀ ଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏହି ଖାନତଲାସି କରାଯାଇଛି । ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବିମାନ ଅବତରଣ କରିବା ମାତ୍ରକେ  ଖାନତଲାସି କରାଯାଇଛି । କଲମ୍ବୋର ଆଜି ସକାଳ ୧୧.୫୦ରେ ଅବତରଣ କରିଥଲା ଶ୍ରୀଲଙ୍କା ଏୟାରଲାଇନ୍ସର ବିମାନ ୟୁଏଲ ୧୧୨ । ବିମାନରେ ଜଣେ ସନ୍ଦିଗ୍ଧ ଥିବା ନେଇ କଲମ୍ବୋ ବିମାନବନ୍ଦରକୁ ସୂଚନା ଦେଇଥିଲା ଚେନ୍ନାଇ କଣ୍ଟ୍ରୋଲ ରୁମ । ତେବେ ଘଟଣାକୁ ନେଇ ଅଧିକ ସୂଚନା ମିଳିପାରିନି ।