ପୁଣି ଏକ ହାତୀର ମୃତ୍ୟୁ; ଆଖି ବୁଜିଲା କୁଙ୍କି ହାତୀ ‘ମାମା’

୨୦୧୭ ମସିହା ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିଲା ମାମା । ଚଳିତ ବର୍ଷ ମାର୍ଚ୍ଚ ମାସରେ ନନ୍ଦନକାନନରୁ ତାକୁ ଚନ୍ଦକା ଗୋଡିବାରିକୁ ପଠାଯାଇଥିଲା ।

Elephant

କନକ ବ୍ୟୁରୋ : ରାଜ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଚନ୍ଦକା ଗୋଡିବାରିରେ ୭ ବର୍ଷର କୁଙ୍କି ହାତୀ ମାମାର ଅକାଳ ମୃତ୍ୟୁ । ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ମାମା ହାତୀ ୫ ମାସର ହୋଇଥିବା ବେଳେ ମାଆଠାରୁ ଅଲଗା ହୋଇ ବୁଲୁଥିଲା । ସେହି ସମୟରେ ହାତୀ ଛୁଆଟିକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଥିଲା ।

୨୦୧୭ ମସିହା ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିଲା ମାମା । ଚଳିତ ବର୍ଷ ମାର୍ଚ୍ଚ ମାସରେ ନନ୍ଦନକାନନରୁ ତାକୁ ଚନ୍ଦକା ଗୋଡିବାରିକୁ ପଠାଯାଇଥିଲା । ସେଠାରେ କୁମକି ତାଲିମ ନେଉଥିଲା ମାମା । ହେଲେ ଅସୁସ୍ଥତା କାରଣରୁ ଏବେ ହାତୀଟିର ମୃତ୍ୟୁ ହୋଇଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe