ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ । ସବ୍ ଇନିସପେକ୍ଟରଙ୍କୁ ଆକ୍ରମଣ, ୪ କନଷ୍ଟେବଳ ଆହତ ।

Advertisment

ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ । ରାସ୍ତାରେ କେହି ଅସଦାଚରଣ କରିଥିବା ନେଇ ଥାନାକୁ ଆସିଥିଲେ ମେଜର ।

ଭୁବନେଶ୍ୱର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ଉନ୍ମତ୍ତ କାଣ୍ଡ । ରାସ୍ତାରେ କେହି ଅସଦାଚରଣ କରିଥିବା ନେଇ ଥାନାକୁ ଆସିଥିଲେ ମେଜର ।

14େେ

କନକ ବ୍ୟୁରୋ: ଥାନା ଭିତରେ ସେନା ଅଧିକାରୀଙ୍କ ଉତ୍ପାତ । ରାଜଧାନୀ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କ ଉନ୍ମତ୍ତ କାଣ୍ଡ  । ଥାନା ଭିତରେ ପଶି ହଙ୍ଗାମା କରିଛନ୍ତି ମେଜର ଓ ତାଙ୍କ ବାନ୍ଧବୀ। ଭରତପୁର ରାସ୍ତାରେ ଉଭୟଙ୍କୁ କେହି ଅସଦାଚରଣ କରିଥିବା ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ । ଥାନାରେ ଡ୍ୟୁଟିରେ ଥିବା ମହିଳା ଏସ.ଆଇ ଘଟଣା ସମ୍ପର୍କରେ ଲିଖିତ ଆକାରରେ ଦେବାକୁ କହିବାରୁ ହଠାତ ଉତକ୍ଷିପ୍ତ ହୋଇ ମେଜରଙ୍କ ବାନ୍ଧବି ଲେଡି ଏସଆଇଙ୍କୁ ଆକ୍ରମଣ କରିଥିଲେ । ଏମିତିକି ତାଙ୍କୁ କାମୁଡି ମଧ୍ୟ ପକାଇଥିଲେ । ଘଟଣାରେ ମେଜର ଓ ତାଙ୍କ ବାନ୍ଧବିଙ୍କ ଆକ୍ରମଣରେ ଅନ୍ୟ ଦୁଇ ଜଣ ମହିଳା କନଷ୍ଟେବଳଙ୍କ ସମେତ ଦୁଇଜଣ ପୁରୁଷ କନଷ୍ଟେବଳ ମଧ୍ୟ ଆହତ ହୋଇଥିଲେ ।  ସମ୍ପୃକ୍ତ ମେଜରଙ୍କ ନାଁ ଗୁରବନ୍ତ ସିଂ । ସେ କଲିକତା ୨୨ ଶିଖ ରେଜିମେଣ୍ଟରେ କାର୍ୟ୍ୟ କରୁଛନ୍ତି । ଗୁରବନ୍ତଙ୍କ ଘର ଦିଲ୍ଲୀରେ ହୋଇଥିବା ବେଳେ ସେ ଭରତପୁର ଅଞ୍ଚଳରେ ଏକ ଘର କରି ରହୁଛନ୍ତି । ଆକ୍ରମଣ ସମୟରେ ଉଭୟ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡିଛି । ତାଙ୍କ କାରରେ ମଦ ବୋତଲ ରହିଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe