କନକ ବ୍ୟୁରୋ: ଆଜି ବି ସରଗରମ ହୋଇପାରେ ବିଧାନସଭା। ଚିକିଟି ମଦମୃତ୍ୟୁକୁ ନେଇ ଗୃହକୁ ଲଗାତାର ତିନି ଦିନ ହେବ ଅଚଳ କରି ରଖିଛନ୍ତି ବିରୋଧୀ। 

Advertisment

ବିଧାନସଭା ବଜେଟ ଅଧିବେଶନ ଦ୍ଵିତୀୟ ପର୍ୟ୍ୟାୟର ଚତୁର୍ଥ ଦିନ, ଆଜି ମଧ୍ୟ ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ। କାରଣ ଚିକିଟି ମଦମୃତ୍ୟୁକୁ ନେଇ ଗୃହକୁ ଲଗାତାର ତିନି ଦିନ ହେବ ଅଚଳ କରି ରଖିଛନ୍ତି ବିରୋଧୀ। ଦୁଇଦିନ ଧରି ଗୃହରେ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରି ପ୍ରଶ୍ନ କରିବାସହ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ବିଜେଡ଼ି। ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, କ୍ରୀଡ଼ା ଓ ଯୁବକଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି। ସେହିପରି ବିରୋଧୀ ଦଳ ପକ୍ଷରୁ ମଧ୍ୟ ମୁଲତବୀ ପ୍ରସ୍ତାବ ଆସିବାର ସୂଚନା ରହିଛି ।