କନକ ବ୍ୟୁରୋ : ରାଜଧାନୀରେ ପୁଣି ଶିଶୁ ଅପହରଣ । ଧୋକା ଦେଲା ଧରମ ଭାଇ । ଧରମ ଭଉଣୀର ୪ ବର୍ଷର ପୁଅକୁ କଲା ଅପହରଣ । ଭୁବନେଶ୍ୱରର ଭୋଇ ନଗର ଶିଶୁ ପୁତ୍ରକୁ ଅପହରଣ କରିବା ପରେ ଧରାପଡିଛି ଅଭିଯୁକ୍ତ । ବାପା ମା ଘର ଭିତରେ ଥିବା ସମୟରେ ବାହାରେ ଖେଳୁଥିବା ଶିଶୁ ପୁତ୍ରକୁ ଅପହରଣ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଅଭିଷେକ ଦିଗଲ ଓରଫ ସୋନୁ । ବେଙ୍ଗାଲୁରରେ ସୋନୁ ସହ ଅଭିଯୋଗକାରିଣୀ ଗୋରିତା ସିଂଙ୍କ ଦେଖା ହେଇଥିଲା । ସମ୍ପର୍କ ବଢିବା ସହ ସୋନୁକୁ ଧରମ ଭାଇ ବନାଇଥିଲେ ଗୋରିତା । ଗୋରିତ ଭୁବନେଶ୍ୱର ଫେରି ଆସି ନିଜ ସ୍ୱାମୀ ଓ ପିଲାଙ୍କ ସହ ରହିଥିଲେ। ପାଖାପାଖି ବର୍ଷେ ପରେ ଅଭିଯୁକ୍ତ ଭୁବନେଶ୍ୱର ଆସି ଗୋରୀତାଙ୍କୁ ଦେଖା କରିଥିଲେ । ଧରମ ଭାଇ ହିସାବରେ ଗୋରିତ ତାଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ମଙ୍ଗଳବାର ଦିନ ସାଢେ ୧୦ଟାରେ ଶିଶୁକୁ ନେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ ସୋନୁ । ଖୋଜାଖୋଜି  କରି ନପାଇବାରୁ ଘର ଲୋକ ସନ୍ଧ୍ୟା ବେଳେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସ୍ୱତନ୍ତ୍ର ଟିମ ଗଠନ କରିଥିଲା ସହିଦନଗର ଥାନା ପୁଲିସ  । ତିନି ଘଂଟାରେ ଅକ୍ଲାନ୍ତ ପରିଶ୍ରମ ପରେ ସାଲିଆ ସାହିରୁ ଶିଶୁକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୋନୁକୁ ଗିରଫ କରିଛି ପୁଲିସ ।