ଖେଳୁ ଖେଳୁ ଷ୍ଟିଲ ଗରାରେ ଫସିଗଲା ୩ ବର୍ଷ ପୁଅର ମୁଣ୍ଡ ; କଟରରେ କାଟି ଉଦ୍ଧାର କରାଗଲା

ଖେଳୁ ଖେଳୁ ଷ୍ଟିଲ ଗରାରେ ଫସିଗଲା ୩ ବର୍ଷ ତନ୍ମୟର ମୁଣ୍ଡ  । ମାଲକାନଗିରି କୋରୁକୋଣ୍ଡାରେ ଅଭାବନୀୟ ଚିତ୍ର  । ୨ ଘଣ୍ଟା କସରତ ପରେ ହେଲା ଉଦ୍ଧାର । କଟରରେ କାଟି ବାହାର କଲେ   ଅଗ୍ନିଶମ ବିଭାଗର କର୍ମଚାରୀ ।

33

କନକ ବ୍ୟୁରୋ: ବଜାରରୁ ନୂଆ ଷ୍ଟିଲ ଗରା କିଣି ଆଣିଥିଲେ ବାପା । ଖେଳୁ ଖେଳୁ ଗରାରେ ମୁଣ୍ଡ ଫସାଇ ଦେଲା ୩ ବର୍ଷ ଶିଶୁ ପୁତ୍ର । ୨ ଘଣ୍ଟା ଧରି ହଟହଟା ହେବାପରେ ଶେଷରେ କଟରରେ ଗରା କାଟି ଶିଶୁଟିର ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ । ଏହି  ଚିତ୍ରଟି ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁରୁ । 

କୋରୁକୋଣ୍ଡା ଗାଁର ପ୍ରଦୀପ ବିଶ୍ବାସ ଆଜି ସକାଳୁ ବଜାରରୁ ଗରାଟିଏ କିଣି ଆଣିଥିଲେ। ତେବେ ୩ ବର୍ଷର ପୁଅ ତନ୍ମୟ ଖେଳୁ ଖେଳୁ ଗରାରେ ମୁଣ୍ଡ ପୁରାଇବା ମାତ୍ରେ ଗରାରେ ମୁଣ୍ଡ ଫସି ଯାଇଥିଲା  । ପ୍ରଥମେ ଘରେ ଚେଷ୍ଟା କରିବା ପରେ କୋରୁକୋଣ୍ଡା ଦମକଳ କେନ୍ଦ୍ରକୁ ନେଇଥିଲେ ବାପା ।  ସେଠାରୁ ମାଲକାନଗିରି ଅଗ୍ନିଶମ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ ଅଗ୍ନିଶମ କର୍ମଚାରୀ । ମାଲକାନଗିରି ଠାରେ ଦୀର୍ଘ ସମୟର ଉଦ୍ୟମ ପରେ କଟର୍ ସହାୟତାରେ ଗରା କାଟି ଶିଶୁ ମୁଣ୍ଡରୁ ଗରା ବାହାର କରିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe