କନକ ବ୍ୟୁରୋ : ବାଲେଶ୍ୱରରେ ପିଲା ବିକ୍ରି ଘଟଣାରୁ ହଟୁଛି ପରଦା । ରେମୁଣା ଗଣେଶ୍ବରପୁର ଅଞ୍ଚଳରେ ୱାର୍ଡ କାଉନସିଲରଙ୍କ ଘରୁ ୩ମାସର ଶିଶୁ ଉଦ୍ଧାର ପରେ ଖୋଲୁଛି ପିଲା ବିକ୍ରିର ଗୁମର । ଘଟଣା ଜଣାପଡ଼ିବା ପରେ କାଉନସିଲର ପାନମନି ମୁର୍ମୁଙ୍କ ଘରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍‌ । ପ୍ରାୟ ୧୫ଦିନ ହେବ କାଉନସିଲର ଜଣକ ଏକ ଶିଶୁକୁ ଆଣି ଘରେ ରଖିଥିବା ଜଣାପଡ଼ିବା ପରେ ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ତେବେ ପୋଲିସ ଓ ଚାଇଲ୍ଡ ଲାଇନ୍‌ ଘରେ ପହଞ୍ଚିବା ଜାଣି ଫେରାର ହୋଇଯାଇଛନ୍ତି କାଉନସିଲର ପାନମନି ମୁର୍ମୁ । ଏନେଇ ପୋଲିସ ଏବଂ ଚାଇଲ୍ଡ ଲାଇନ କର୍ମଚାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତଦନ୍ତ ପରେ ଜଣାପଡ଼ିବ ସତ ।