କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ମୋର ବାପା.. ମୁଁ ତାଙ୍କର ନିଜ ଝିଅ ମୋ ମାଙ୍କୁ ଦାୟିତ୍ୱହୀନତା  କହି ଛାଡିଦେଇଥିଲେ... ମୋ କଥା ବିଶ୍ୱାସ କରନ୍ତୁ.. ମୁଁ ସତ କହୁଛି..

Advertisment

ଏ ଥିଲା ଜଣେ ପାକିସ୍ତାନୀ ଝିଅର ଦାବି ।  ଯୂବତୀ  ଜଣଙ୍କ ଦାବି କରି କହୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ହେଉଛନ୍ତି ମୋ ବାପା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଯୁବତୀ ଜଣଙ୍କ  ପାକିସ୍ତାନୀ ମିଡିଆ ଆଗରେ  ଟ୍ରମ୍ପଙ୍କ ଝିଅ  ବୋଲି  ଦାବି କରିଛନ୍ତି । ଭିଡିଓରେ  ନିଜକୁ ମୁସଲମାନ କହିବା ସହ  ଟ୍ରମ୍ପଙ୍କ ସେ ନିଜ ସନ୍ତାନ  ବୋଲି  ଦୃଢୋକ୍ତି  ପ୍ରକାଶ କରି କହିଛନ୍ତି ମୁଁ ଟ୍ରମ୍ପଙ୍କ ନିଜ ଝିଅ ଏଥିରେ କୌଣସି ସନ୍ଦେହ ନାହିଁ  ।  ଯୁବତୀ ଜଣଙ୍କ ପୁରା ଆତ୍ମବିଶ୍ୱାସର ସହ ଏହି କଥା  ପାକ୍ ମିଡିଆ ଆଗରେ କହିଛନ୍ତି ।

ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଯୁବତୀ ଜଣଙ୍କ  ମିଡିଆ ସାମ୍ନାରେ  ଆହୁରି ମଧ୍ୟ କହିଛନ୍ତି ଟ୍ରମ୍ପ ମୋ ମା' ଙ୍କୁ ଦାୟିତ୍ୱହୀନତା କହି ଛାଡିଦେଇଥିଲେ । ଆଉ କହିଥିଲେ ତୁମେ ମୋ ଝିଅର ଯତ୍ନ ନେଇ ପାରିବ ନାହିଁ ।  ବାସ୍ତବରେ ଏହି ଭିଡିଓଟି  ୨୦୧୮ ଡିସେମ୍ବର ମାସର । ଯାହାକୁ ପାକିସ୍ତାନୀ ଏକ ୱେବସାଇଟ ରେ ପ୍ରଥମ ଥର ପବ୍ଲିସ୍ କରାଯାଇଥିଲା ।  ସେହିସମୟରେ ଏହି ଭିଡିଓ କୁ ଏତେ ଧ୍ୟାନ ଦିଆଯାଇନଥିଲା । କିନ୍ତୁ ଏବେ ଟ୍ରମ୍ପଙ୍କ ବିଜୟ ପରେ ପୁଣି ଏହି ଭିଡିଓ ଭାଇରାଲ ହେଉଛି ।  ଭିଡିଓଟି ସୋସିଆଲମିଡିଆ ଏକ୍ସ ରେ @pakistan_untold ଏହି ଆଇଡି ଦ୍ୱାରା ପୋଷ୍ଟ କରାଯାଇଥିଲା ।  ଭାରତ ଓ ପାକିସ୍ତାନ ଉଭୟ ଦେଶରେ ଏହି ଭିଡିଓ ଘୁରିବୁଲୁଛି ଏବଂ ସମସ୍ତେ ଏଥିରେ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି ।

୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ  କମଲା ହାରିସଙ୍କୁ  ହରାଇ  ବଡ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନରେ ଟ୍ରମ୍ପଙ୍କୁ ୨୭୭ ଇଲୋକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ହାରିସଙ୍କୁ ମିଳିଛି ୨୨୪ ଭୋଟ୍। ଆମେରିକାର ୪୭ ତମ ରାଷ୍ଟ୍ରପତି ବନିଥିବା ଟ୍ରମ୍ପ ଏହି ବିଜୟକୁ ଐତିହାସିକ ଓ ଅବିଶ୍ୱସନୀୟ କହିଛନ୍ତି। ଜିତିବାର ସବୁ କ୍ରେଡିଟ୍ ଦେଇଛନ୍ତି ଆମେରିକାବାସୀଙ୍କୁ। ତାଙ୍କୁ ବିଶ୍ୱାସକୁ ନେଇଥିବାରୁ  ଧନ୍ୟବାଦ ଜଣାଇଥିଲେ ଟ୍ରମ୍ପ । ତେବେ ଏହାରି ମଧ୍ୟରେ  ପାକିସ୍ତାନୀ ଝିଅ ର ଏହି ଭିଡିଓକୁ  ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।  ସତରେ କଣ ଟ୍ରମ୍ପଙ୍କ ଝିଅ ପାକିସ୍ତାନରେ ?  ଏଭଳି  ପ୍ରଶ୍ନ ଏବେ ସମସ୍ତଙ୍କ ମନରେ    ।