ତା-୨୫-୧୨-୨୦୨୪ରିଖ ଦିନ ଏରସମା ହାଇସ୍କୁଲ ପରିସର ମଧ୍ୟରେ ୨୦୦୬ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏରସମା ହାଇସ୍କୁଲର ସମସ୍ତ ପୁରାତନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଓଡିଶୀ ନାଚ ପରିବେଶଣ କରାଯାଇଥିଲା ।

Advertisment
Marketing 1
Marketing 1 Photograph: (KanakNews )

ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ପୂର୍ବସ୍ମୃତି ମନେ ପକାଇ ଭାବ ବିହ୍ୱଳ ହୋଇଥିଲେ । ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭାକୁ ପରିଚାଳନା କରିଥିଲେ ସଭାପତି ଜଗନ୍ନାଥ ବିଶ୍ୱାଳ, ସଂପାଦକ ସତ୍ୟବ୍ରତ ତରାଇ ଓ ସହ ସଂପାଦକ ରାଜେଶ ଖଟୁଆ, ସୁଶାନ୍ତ ମହାନ୍ତି, ଅଭିନନ୍ଦନ ସ୍ୱାଇଁ, ସୌମ୍ୟରଞ୍ଜନ ଭୋଳ, ସୌମ୍ୟସୁମନ ସ୍ୱାଇଁ, ସୂର୍ଯ୍ୟକାନ୍ତ ଖଣ୍ଡୁଆଳ, ଅରୁଣ ରଞ୍ଜନ ସାହୁ, ରଶ୍ମିରେଖା ଖଣ୍ଡୁଆଳ, ସନ୍ଧ୍ୟାରାଣୀ ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ବିଶ୍ୱାଳ, ଶୁଶ୍ରୀ ସଂଗୀତା ସ୍ୱାଇଁ ପ୍ରମୁଖ । କାର୍ଯ୍ୟକ୍ରମ ଶେଷରେ ଆତଶବାଜିର ପଦର୍ଶନ କରାଯାଇଥିଲା ।