କନକ ବ୍ୟୁରୋ : ରାସ୍ତାରେ ଥିବା ମ୍ୟାନହୋଲରେ ପଡ଼ିଲା ୨ ବର୍ଷର ଶିଶୁ। ମ୍ୟାନହୋଲ୍ ଢାଙ୍କୁଣୀ ଭାଙ୍ଗିଯାଇଥିବାରୁ ଅଘଟଣ । ଗୁଜରାଟ ସୁରଟରୁ ଆସିଛି ଏଭଳି ଅଭାବନୀୟ ଖବର । ସୂଚନା ଅନୁସାରେ ଭରିଆବ ଗାଁର ୨ ବର୍ଷର ଶିଶୁ ସ୍ବେରେଜ୍ ଡ୍ରେନରେ ପଡିଯାଇଛି । ଖବର ମିଳିବା ପରେ ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ତେବେ ପିଲାର ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ୧୦୦ରୁ ଦେଢ଼ ମିଟର ଭିତରେ ଶିଶୁର ସନ୍ଧାନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ରାସ୍ତାରେ ଭାରଯାନ ଯାତାୟତ ପରେ ଏହାର ଢ଼ାଙ୍କୁଣୀ ଭାଙ୍ଗିଯିବାରୁ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।