କନକ ବ୍ୟୁରୋ : ରସିକିଆ ପୋଲିସ ବାବୁଙ୍କ କଳାକାରନାମା । ଥାନା ପରିସରରେ ଯୁବତୀଙ୍କ ସହ କରୁଥିଲେ ପ୍ରେମ ବ୍ୟାପାର । ଅସଞ୍ଜତ ଅବସ୍ଥାରେ ଧରି ପକାଇଲେ ପତ୍ନୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ କୋଟଗଡ଼ ଥାନାର ଫାଣ୍ଡି ଅଧିକାରୀଙ୍କ ବିରୋଧରେ । ଅବସରର ମାତ୍ର ୨ ମାସ ପୂର୍ବରୁ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଥିଲେ ବାବୁ ଜଣଙ୍କ । ୩ ମାସ ଧରି ଫୋନରେ କଥା ହେବା ପରେ ଆରମ୍ଭ ହୋଇଯାଇଥିଲା ଶାରୀରିକ ସମ୍ପର୍କ । ଥାନା ପରିସରରେ ହିଁ ଚାଲିଥିଲା ଅନୈତିକ କାମ । 

Advertisment

ତଳେ ଚାଲୁଥିଲା ଥାନା, ଉପରେ ଏକ କୋଠୋରୀ ଚାଲୁଥିଲା ରାସଲୀଳା । ତେବେ ସ୍ୱାମୀଙ୍କ ଏଭଳି କାରନାମା ବିଷୟରେ ଜାଣିପାରିଥିଲେ ଫାଣ୍ଡି ଅଧିକାରୀଙ୍କ ପତ୍ନୀ । ଆଉ ସ୍ୱାମୀଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ନ୍ୟାୟ ଦାବିରେ ସେହି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଫାଣ୍ଡି ଅଧିକାରୀଙ୍କ ପତ୍ନୀ ।