କନକ ବ୍ୟୁରୋ: ଉଦ୍ଧାର ହେଲା ବିରାଟ କାୟ ଅଜଗର । କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ ଅନୁସାରେ ସାପକୁ ବଡ଼ ଲୁହା ପଞ୍ଜୁରୀ ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଛି । 

Advertisment

ସାପ ଟି ସମ୍ପୂର୍ଣ ସୁସ୍ଥ ହୋଇଗଲେ ଏହାକୁ ଭିତରକନିକା ଜଙ୍ଗଲ ରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ବର୍ତମାନ ଭିତରକନିକା ରେ ପର୍ଯ୍ୟଟକମାନେ ଏହି ବିରାଟକାୟ ସାପକୁ ଦେଖିବା ପାଇଁ ଭିଡ଼ ଜାମଉଛନ୍ତି ।