କନକ ବ୍ୟୁରୋ :  ୮୦ ଫୁଟ ଉଚ୍ଚର ସବୁଜିମାଭରା ଜାମୁବଣ ପାହାଡ଼ । ପାହାଡ ଉପରେ ଆଶ୍ଚର୍ଯ୍ୟ କରିଦେଲା ଭଳି ୧୮୦ ଫୁଟ ଲମ୍ବର ଗୁମ୍ଫା । ଆକର୍ଷଣୀୟ, ଅତିଚମତ୍କାର। ସୁନ୍ଦର ଆଲୋକସଜ୍ଜା। ମାର୍ବଲ ପଥର ଚଟାଣ। ଏସବୁ ପ୍ରାକୃତିକ ନୁହେଁ, ମନୁଷ୍ୟକୃତ। ଏହି ଗୁମ୍ଫା ଭିତରେ ପୂଜା ପାଇବେ ମା' ବୈଷ୍ଣୋଦେବୀ ।
 
ପ୍ରାୟ ୨ଶହ କାରିଗର ୪ ବର୍ଷ ଧରି କାମରେ ଲାଗିଛନ୍ତି । ଜଙ୍ଗଲିଆ ରାସ୍ତାକୁ ସଫା କରାଯାଇଛି । ନୟାଗଡ ଶରଧାପୁର ପଞ୍ଚାୟତର ଘଞ୍ଚ ଜଙ୍ଗଲ ଭିତରେ ଯଜ୍ଞ ଗୃହ ନିର୍ମାଣ ହୋଇଛି ।  ଆଉ ଦିନକ ପରେ ମାଆଙ୍କ ପ୍ରତିଷ୍ଠା ଉତ୍ସବ ପାଳନ ହେବ। ୫ଦିନ ବ୍ୟାପୀ ଉତ୍ସବରେ ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି । ଏବେ ଠାରୁ ମନ୍ଦିର ଦେଖିବା ପାଇଁ ଲୋକଙ୍କ ଗହଳି ଆରମ୍ଭ ହୋଇଛି ।