କନକ ବ୍ୟୁରୋ: ସରକାରଙ୍କୁ ଶିମିଳିପାଳ ଚିନ୍ତା। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୋଲିସ ରିଜର୍ଭ(ଏପିଆର) ଫୋର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ରହିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏଜିଙ୍କୁ ଚିଠି ଲେଖଛନ୍ତି। ୧୩୧ ଜଣିଆ ଶସସ୍ତ୍ର ଏପିଆର ଟିମ୍ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ବରେ ରହିବେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଶିମିଳିପାଳ ବାଘ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ଶୀକାର ବଢୁଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।