୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ମାନସିକ ଭାରସାମ୍ୟ ହରାଇ ବିଷ ପିଇଲେ ନାବାଳିକା

ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଅଦ୍ୟତନ ହୋଇଛି
satyabadi

satyabadi Photograph: (Kanak News)

କନକ ବ୍ୟୁରୋ : ପୁରୀ ସତ୍ୟବାଦୀରେ ଲଜ୍ଜା । ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଲେ ନାବାଳିକା । ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରରେ ଚିକିତ୍ସା କରାଯାଉଛି । ଏନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । 

ନାବାଳିକା କତା କାମ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅଜୁ ପ୍ରଧାନ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ କୌଶଳକ୍ରମେ ନାବାଳିକା ଜଣକ ଖସି ଆସିଥିଲେ । ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ହତ୍ୟା କରିବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଘରେ ପହଞ୍ଚି କୀଟନାଶକ ପିଇବା ପରେ ବାପାଙ୍କୁ ଫୋନ୍ କରି ଜଣାଇଥିଲେ ନାବାଳିକା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe