କନକ ବ୍ୟୁରୋ : ମଣିପୁରର ଜିରିବାମ୍ ଜିଲ୍ଲାରେ କୁକି ଉଗ୍ରବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ବଡ଼ବେକ୍ରା ଉପଖଣ୍ଡ କରୋଙ୍ଗରେ ସୁରକ୍ଷାବାହିନୀ ୧୧ ଜଣ ଉଗ୍ରବାଦୀଙ୍କୁ ନିପାତ କରିଛନ୍ତି। ଏହି ଅପରେସନରେ ସିଆରପିଏଫର ଜଣେ ଯବାନ ଆହତ ହୋଇଛନ୍ତି । କୁକି ଉଗ୍ରବାଦୀ ମାନେ ମଣିପୁରର ଜିରିବାମର ଏକ ପୋଲିସ ଷ୍ଟେସନ ଉପରେ ବଡ଼ ଧରଣର ଆକ୍ରମଣ କରିବା ପରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟର ଆରମ୍ଭ ହୋଇଥିଲା ସୂଚନାଯୋଗ୍ୟ, ଉଗ୍ରବାଦୀ ମାନେ ଯେଉଁ ଥାନା ଉପରେ ଆକ୍ରମଣ କରିଥିଲେ ସେହି ଥାନା ନିକଟରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ରିଲିଫ୍ କ୍ୟାମ୍ପ ରହିଛି।
ଆତଙ୍କବାଦୀମାନେ କ୍ୟାମ୍ପକୁ ମଧ୍ୟ ଟାର୍ଗେଟ କରିବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।ଇମ୍ଫାଲ ଉପତ୍ୟକାରେ ଜାତିଗତ ସଂଘର୍ଷ ଯୋଗୁଁ ମଣିପୁର ପ୍ରଭାବିତ ହୋଇଛି। ସେପଟେ ଉଗ୍ରବାଦୀ ମାନେ ଆତଙ୍କ ସୃଷ୍ଟି କରିଛନ୍ତି । କ୍ଷେତରେ କାମ କରୁଥିବା ଚାଷୀଙ୍କୁ ସେମାନେ ଲଗାତାର ଟାର୍ଗେଟ କରୁଛନ୍ତି। ଉଗ୍ରବାଦୀ ଙ୍କ ଆତଙ୍କ ଯୋଗୁଁ ଚାଷୀମାନେ ଭୟଭୀତ ହୋଇପଡ଼ିଛନ୍ତି। ସେମାନେ କ୍ଷେତରେ କାମ କରିବାକୁ ଯିବାକୁ ମଧ୍ୟ ଡରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/12/udNqwVXN84OTPXVzOisw.jpg)